ଭୁବନେଶ୍ୱର (ଏଟିଆର ବ୍ୟୁରୋ): ସାରା ଦେଶରେ ଦୌଡ ରାଣୀ ଭାବେ ବେଶ ପରିଚିତ ଓଡିଆ ଧାବିକା ଦୂତୀ ଚାନ୍ଦ ଆଜି ପୁଣି ଏକ ରେକର୍ଡ କରିବାରେ ସଫଳ ହୋଇପାରିଛନ୍ତି । ନିଜର ପୁରୁଣା ରେକର୍ଡକୁ ନିଜେ ଭାଙ୍ଗିବାରେ ସଫଳ ହୋଇଛନ୍ତି । ଭୁବନେଶ୍ୱରରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟରେ ଯୋଗ ଦେଇ ଦୂତୀ ଦୌଡ ଜଗତରେ ପୁଣି ଚମକି ଉଠିଛନ୍ତି । ମହିଳା ଶହେ ମିଟର ରେସରେ ରେକର୍ଡ କରି ସ୍ୱର୍ଣ୍ଣ ଜିତିଲେ ଦୂତୀ ।
ଆଜି ଖେଳା ଯାଇଥିବା ୧୦୦ମିଟର ଦୌଡରେ ଭାଗ ନେଇ ମାତ୍ର ୧୧.୪୯ ସେକେଣ୍ଡ ସମୟ ନେଇ ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇପାରିଥିଲେ । ଏହାସହ ନିଜ ନାମରେ ଥିବା ବିଶ୍ୱ ବିଦ୍ୟାଳୟ ଖେଳ ରେକର୍ଡକୁ ଭାଙ୍ଗିଛନ୍ତି । ଏହାପୂର୍ବରୁ ୟୁନିଭର୍ସିଟି ରେକର୍ଡକୁ ନିଜେ ଭାଙ୍ଗିଲେ ଦୂତୀ । ପୂର୍ବରୁ ୧୧.୫୭ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରିଥିଲେ । ଯାହା ଆଜି ୧୧.୪୯ସେକେଣ୍ଡ ସମୟ ନେଇ ଶେଷ କଲେ ରେସ ।