ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଭେଣ୍ଟିଲେଟରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି ଭାରତୀୟ ଦଳର ପୂର୍ବତନ ଖେଳାଳି ଜ୍ୟାକବ ମାର୍ଟିନ । ବଡୋଦରାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କର ଫୁସଫୁସ ଏବଂ ଯକୃତରେ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ହୋଇଥିବାରୁ ତାଙ୍କର ଏଭଳି ହୋଇଛି ବୋଲି ଜଣାପଡିଛି । ସେପଟେ ମେଡିକାଲରେ ତାଙ୍କର ସବୁ ପଇସା ଖର୍ଚ୍ଚ ହୋଇଯାଇଛି । ତାଙ୍କ ପରିବାର ପାଖରେ ଟଙ୍କା ନଥିବାରୁ ତାଙ୍କ ସ୍ତ୍ରୀ ବିସିସିଆଇକୁ ସହାୟତା ମାଗିଥିଲେ । ବିସିସିଆଇ ୫ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ବେଳେ ବଡୋଦରା କ୍ରିକେଟ ସଂଘର ସଚିବ ସଂଜୟ ପଟେଲ ମଧ୍ୟ ତାଙ୍କ ପାଇଁ ପାଣ୍ଠି ଯୋଗାଡରେ ଲାଗିଛନ୍ତି ।
ସୂଚନା ଯୋଗ୍ୟ ଗତ ଡିସେମ୍ବର ୨୮ ତାରିଖରେ ବାଇକରେ ଯାଉଥିବା ସମୟରେ ତାଙ୍କର ଦୁର୍ଘଟଣା ହୋଇଥିଲା । ଏହି ଦୁର୍ଘଟଣାରେ ତାଙ୍କର ଯକୃତ ଏବଂ ଫୁସଫୁସ ଖରାପ ହୋଇଯାଇଛି । ତେବେ ଜ୍ୟାକବ ଭାରତ ପାଇଁ ୧୦ ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ୧୯୯୯ ମସିହାରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଦଳରେ ଡେବ୍ୟୁ କରିଥିଲେ । ତେବେ ସେ ଜାତୀୟ ଦଳ ବଡଡୋରାର ନେତୃତ୍ୱ ନେଇ ୨୦୦୦-୨୦୦୧ ରଣଜିଟ୍ରଫି ଚାମ୍ପିୟନ କରାଇଥିଲେ । ତେବେ ସେ ଆନ୍ତର୍ଜାତୀୟ ଦଳରେ ଗାଙ୍ଗୁଲିଙ୍କ ଅଧିନାୟକ ସମୟରେ ଖେଳୁଥିଲେ ।