ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଖେଳାଳୀ ମାନେ ବିଭିନ୍ନ ଦେଶରୁ ଖେଳିବା ପାଇଁ ଆସିସାରିଲେଣି । ଏହାରି ମଧ୍ୟରେ ଟୋକିଓ ଅଲିମ୍ପିକ୍ସ ଭିଲେଜରୁ ଚିହ୍ନଟ ହୋଇଛି ପ୍ରଥମ କରୋନା ମାମଲା । ଏନେଇ ଆୟୋଜନକର୍ତ୍ତାଙ୍କ ପକ୍ଷରୁ ସୂଚନା ମିଳିଛି ।
ଜୁଲାଇ ୨୩ ରୁ ଖେଳ ଆରମ୍ଭ ହେବାକୁ ଥିବା ବେଳେ ଭିଲେଜରୁ କରୋନା ମାମଲା ସାମ୍ନାକୁ ଆସିବା ପରେ ଅଲମ୍ପିକ ଆୟୋଜନ ଉପରେ ଅନେକ ପ୍ରଶ୍ନ ଉଠିଛି । ଗତବର୍ଷ କରୋନା ପାଇଁ ଟୋକିଓ ଅଲମ୍ପିକ୍ସ ସ୍ଥଗିତ ରଖାଯାଇଥିଲା କିନ୍ତୁ ଚଳିତ କଡା ସୁରକ୍ଷା ବଳୟରେ ବିନା ଦର୍ଶକରେ ଖେଳ ପାଇଁ ଅନୁମତି ମିଳିଛି । ମାତ୍ରା ଏବେ ଅଲମ୍ପିକ୍ସ ଭିଲେଜରୁ ପ୍ରଥମ କେସ ସାମ୍ନାକୁ ଆସିବା ପରେ ଏବେ ଭୟ ବଢିଛି ।