ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଓଡିଶାର ଜଣାଶୁଣା ଫୁଟବଲ କୋଚ୍ ନନ୍ଦକିଶୋର ପଟ୍ଟନାୟକଙ୍କ ପରଲୋକ ଘଟିଛି । କରୋନାରେ ସବୁଦିନ ପାଇଁ ଆଖି ବୁଜିଛନ୍ତି ନନ୍ଦକିଶୋର । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ଭୋରରୁ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇ ଏବେ କ୍ରୀଡା ଜଗତରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ନନ୍ଦକିଶୋର । କିନ୍ତୁ ଆଜି ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।
୧୯୯୨-୯୩ ଭିତରେ ଫୁଟବଲ କୋଚିଂରେ ପାଦ ଥାପିଥିଲେ ନନ୍ଦକିଶୋର । ସେ ୧୯୯୫ରୁ ମହିଳା ଫୁଟବଲ ଖେଳାଳୀଙ୍କୁ ଟ୍ରେନିଂ ଦେବା ଆରମ୍ଭ କରିଥିଲେ । ଏହାସହିତ ସେ ଓଡିଶା ମହିଳା ଟିମର କୋଚ ଥିଲେ ।