ଲଣ୍ଡନ (ଏଟିଆର ବ୍ୟୁରୋ); ହିଟମ୍ୟାନ ରୋହିତ ଶର୍ମା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସମକକ୍ଷ ହୋଇଛନ୍ତି । ବିଶ୍ୱକପରେ ରୋହିତ ୪ଟି ଶତକ ହାସଲ ହାସଲ କରିଛନ୍ତି । ଗତକାଲି ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିବା ପରେ ଏହି ରେକର୍ଡ କରିଛନ୍ତି ରୋହିତ । ଭାରତୀୟ ଖେଳାଳିମାନଙ୍କ ମଧ୍ୟରେ ବିରାଟ କୋହଲି ସର୍ବାଧିକ ୬ଟି ବିଶ୍ୱକପରେ ଶତକ ହାସଲ କରିଛନ୍ତି । ତାଙ୍କ ପଛକୁ ଗାଙ୍ଗୁଲି ୪ଟି ଶତକ ହାସଲ କରିଥିଲେ । ଏବେ ରୋହିତ ତାଙ୍କ ସମକକ୍ଷ ହୋଇଛନ୍ତି ।
ରୋହିତ ପ୍ରଥମେ ୨୦୧୫ ବିଶ୍ୱକପରେ ବାଲାଂଦେଶ ବିପକ୍ଷରେ ପ୍ରଥମ ଶତକ ହାସଲ କରିଥିଲେ । ଚଳିତ ବର୍ଷ ବିଶ୍ୱକପରେ ରୋହିତ ୩ଟି ଶତକ ହାସଲ କରିଛନ୍ତି । ଦକ୍ଷିଣ ଆଫ୍ରିକା,ପାକିସ୍ତାନ ଏବଂ ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିଛନ୍ତି ରୋହିତ । ଚଳିତ ବିଶ୍ୱକପରେ ରୋହିତ ୩ଟି ଶତକ ହାସଲ କରି ସର୍ବାଧିକ ରନ କରିବାରେ ମଧ୍ୟ ଆଗରେ ରହିଛନ୍ତି । ସକିବ୍ ଅଲ୍ ହାସନ୍, କେନ୍ ୱିଲିୟମସନ୍, ଆରୋନ୍ ଫିଞ୍ଚ୍, ଡେଭିଡ୍ ୱାର୍ନର, ଜୋ ରୁଟ୍ ଦୁଇଟି ଲେଖାଏଁ ଶତକ ହାସଲ କରିଛନ୍ତି।
ଅନ୍ୟ ଭାରତୀୟ ଭାବେ ଶିଖର ଧାୱନ (୩), ରାହୁଲ ଦ୍ରାବିଡ଼ (୨), ବୀରେନ୍ଦ୍ର ସେହବାଗ (୨), ବିରାଟ କୋହଲି (୨) ପଛକୁ ପଛ ରହିଛନ୍ତି। କପିଳ ଦେବ, ସୁନୀଲ ଗାଭାସ୍କର, ବିନୋଦ କାମ୍ବିଲୀ, ଅଜୟ ଜାଦେଜା, ଯୁବରାଜ ସିଂହ, ସୁରେଶ ରାଇନା ଗୋଟିଏ ଲେଖାଏଁ ବିଶ୍ବକପ୍ ଶତକ ହାସଲର ଗୌରବ ମଧ୍ୟ ପାଇଛନ୍ତି। ଚଳିତ ବିଶ୍ବକପ୍ରେ ରୋହିତ ୫ ଜଣ ଖେଳାଳିଙ୍କୁ ପଛରେ ପକାଇଛନ୍ତି।