ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ୨୦୧୯ ବିଶ୍ୱକପ ପାଇଁ ଅଭିଜ୍ଞ ଖେଳାଳିମାନେ ନିଜର ମନ ପସନ୍ଦର ଦଳ ଘୋଷଣା କରିଛନ୍ତି । ତେବେ ଏଥିରୁ ବାଦ ପଡିନାହାଁନ୍ତି ଭାରତୀୟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେ କହିଛନ୍ତି ଏବେ ଯୁବ ଖେଳାଳିମାନେ ଯେଭଳି ଖେଳ ପ୍ରଦର୍ଶନ କରୁଛନ୍ତି ଦଳରେ ଖେଳାଳି ଚୟନ କରିବା ଚୟନ କର୍ତ୍ତାଙ୍କ ମୁଣ୍ଡ ବିନ୍ଧି ଯାଉଛି । ଦିନକୁ ଦିନ ଯୁବ ଖେଳାଳିଙ୍କ ଉଚ୍ଚକୋଟିର ଖେଳ ପ୍ରଦର୍ଶନ ପାଇଁ ଅଭିଜ୍ଞ ଖେଳାଳିମାନେ ବଳି ପଡୁଛନ୍ତି । ତେବେ ସେ ନିଜ ୧୫ ଜଣିଆ ଦଳରେ ବହୁ ଅଭିଜ୍ଞ ଏବଂ ଯୁବ ଖେଳାଳିଙ୍କୁ ସାମିଲ କରିଛନ୍ତି ।
ଗାଙ୍ଗୁଲିଙ୍କ ମନପସନ୍ଦର ଟିମ ହେଲା-ତାଙ୍କ ପସନ୍ଦର ଦଳ ହେଲା-ରୋହିତ ଶର୍ମା, ଶିଖର ଧାୱନ୍, ଲୋକେଶ ରାହୁଲ୍, ବିରାଟ କୋହଲି, ଅମ୍ବାତି ରାୟୁଡୁ, ମହେନ୍ଦ୍ର ସିଂହ ଧୋନି, କେଦାର ଯାଦବ, ହାର୍ଦିକ୍ ପାଣ୍ଡ୍ୟା, ବିଜୟ ଶଙ୍କର, କୁଲ୍ଦୀପ୍ ଯାଦବ, ଚହଲ୍, ଯଶପ୍ରୀତ୍ ବୁମ୍ରା, ମହମ୍ମଦ ସାମି, ଭୁବନେଶ୍ବର କୁମାର, ଉମେଶ ଯାଦବ।
ବାମହାତୀ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନଙ୍କୁ ମଧ୍ୟ ଗାଙ୍ଗୁଲି ସମର୍ଥନ ଦେଇଛନ୍ତି। ରୋହିତ ଶର୍ମାଙ୍କ ସହ ଧାୱନ୍ ହିଁ ପାଳି ଆରମ୍ଭ କରିବା ତାଙ୍କ ପ୍ରଥମ ପସନ୍ଦ ବୋଲି ଗାଙ୍ଗୁଲି କହିଛନ୍ତି। ଏହି ଦୁଇ ଜଣ ଭାରତକୁ ବିଶ୍ବକପ୍ରେ ଦ୍ରୁତ ଆରମ୍ଭ ଦେଇପାରିବେ। ଲୋକେଶ ରାହୁଲ୍ ମଧ୍ୟ ଅନ୍ୟତମ ବିକଳ୍ପ ଭାବେ ପାଳି ଆରମ୍ଭ କରିପାରିବେ ବୋଲି ଗାଙ୍ଗୁଲି କହିଛନ୍ତି। ଅଧିନାୟକ ବିରାଟ କୋହଲି, ଅମ୍ବାତି ରାୟୁଡୁ, ଧୋନି ଓ କେଦାର ଯାଦବ ଯଥାକ୍ରମେ ତୃତୀୟରୁ ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବା ଉଚିତ୍। ତେବେ ଅଲ୍ରାଉଣ୍ଡର ବିଜୟ ଶଙ୍କରଙ୍କ ଉତଥାନ ଏବେ ଚୟନକର୍ତାଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି। ଫଳରେ ଶଙ୍କରଙ୍କୁ ବଳି ପକାଇ ତାଙ୍କ ବଦଳରେ ରବୀନ୍ଦ୍ର ଜାଦେଜାଙ୍କୁ କଦାପି ବିଶ୍ବକପ୍ ଦଳରେ ସାମିଲ ନ କରିବାକୁ ଗାଙ୍ଗୁଲି ମତ ଦେଇଛନ୍ତି। ଗାଙ୍ଗୁଲି ମଧ୍ୟ ଭାରତକୁ ବିଶ୍ବକପ୍ର ଅନ୍ୟତମ ଦାବିଦାର ବିବେଚନା କରିଛନ୍ତି।