ଜୟପୁର (ଏଟିଆର ବ୍ୟୁରୋ); ବଡ ବଡ ସଟ୍ ପାଇଁ ବିଶ୍ୱ କ୍ରିକେଟରେ ପରିଚିତ କ୍ରିସ ଗେଲ ଏକ ନୂଆ କ୍ଳବରେ ସାମିଲ ହୋଇଛନ୍ତି । ଆଇପିଏଲରେ ୪ହଜାର ରନ କ୍ଳବରେ ସାମିଲ ହୋଇଛନ୍ତି କାରବିଆନ ଖେଳାଳି କ୍ରିସ ଗେଲ । ତେବେ ବିଦେଶୀ ଖେଳାଳି ଭାବରେ ସେ ଦ୍ୱିତୀୟ ଖେଳାଳି ଯିଏକି ଏହି କ୍ଳବରେ ସାମିଲ ହୋଇଛନ୍ତି । ତାଙ୍କ ପୂର୍ବରୁ ଡେଭିଡ ୱାର୍ଣ୍ଣର ୪ହଜାର କ୍ଳବରେ ସାମିଲ ହୋଇଥିଲେ । ଗେଲଙ୍କୁ ଏହି ମାଇଲଖୁଣ୍ଟ ହାସଲ କରିବା ପାଇଁ ମାତ୍ର ୬ ରନ ଆବଶ୍ୟକ ହେଉଥିଲା ଏବଂ ସେ ସିଙ୍କଲ ନେଇ ଏହାକୁ ପୂରଣ କରିଥିଲେ। ଆଇପିଏଲରେ ଦ୍ରୁତ ୪ହଜାର ରନ କରିବାରେ ଗେଲ ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ଏଥିପାଇଁ ସେ ମାତ୍ର ୧୧୨ ଇନିଂସର ସହାୟତା ନେଇଛନ୍ତି।
ଗତକାଲି ଗେଲ ପ୍ରଥମରୁ ଧିମା ବ୍ୟାଟିଂ କରିଥିଲେ ସୁଦ୍ଧା ଶେଷ ସମୟରେ ବଡ ସଟ୍ ମାରି ଦଳୀୟ ସ୍କୋରକୁ ବଢ଼ାଇବା ସହିତ ନିଜର ନୂଆ ରେକର୍ଡ । ଆଇପିଏଲରେ ସର୍ବାଧିକ ରନର ରେକର୍ଡ ସୁରେଶ ରାଇନାଙ୍କ ନାମରେ ରହିଛି। ରାଇନା ୩୪.୨୭ ହାରରେ ୫୦୦୪ ରନ୍ କରିଛନ୍ତି। ତାଙ୍କ ପଛକୁ ବିରାଟ କୋହଲି ୩୮.୧୦ ହାରରେ ୪୯୫୪ ରନ କରି ଦ୍ୱିତୀୟରେ ଅଛନ୍ତି। ଗେଲଙ୍କ ବ୍ୟତୀତ ରୋହିତ ଶର୍ମା, ଗୌତମ ଗମ୍ଭୀର, ରବିନ ଉଥାପ୍ପା, ଶିଖର ଧୱନ ମଧ୍ୟ ଆଇପିଏଲରେ ୪ହଜାର ରନ କରିଛନ୍ତି।