ବିଶାଖାପାଟଣାମ୍ (ଏଟିଆର ବ୍ୟୁରୋ); ଆଇପିଏଲ ଇତିହାସରେ ୧୫୦ ୱିକେଟ କ୍ଳବରେ ସାମିଲ ହୋଇଛନ୍ତି ଭାରତୀୟ ଦଳର ସ୍ପିନର ହରଭଜନ ସିଂହ । ଗତକାଲି ଦ୍ୱିତୀୟ କ୍ୱାଲିଫାଇୟର ଦିଲ୍ଲୀ ବିପକ୍ଷରେ ଏହି କିର୍ତ୍ତୀ ଅଜନ କରିଛନ୍ତି ଭଜି । ସେ ଗତକାଲି ମ୍ୟାଚରେ ଦୁଇଟି ୱିକେଟ ଅକ୍ତିଆର କରିଥିଲେ । ଶିଖର ଧାୱନ ଏବଂ ରତଫର୍ଡଙ୍କ ଭଳି ଦାମୀ ଖେଳାଳିଙ୍କୁ ଆଉଟ କରି ଏହି କ୍ଳବରେ ସାମିଲ ହୋଇଛନ୍ତି । ତେବେ ଭଜି ତୃତୀୟ ଭାରତୀୟ ବୋଲର ଭାବରେ ୧୫୦ ୱିକେଟ କ୍ଳବରେ ସାମିଲ ହୋଇଛନ୍ତି ।
ଚଳିତ ବର୍ଷ ଭଜି ଚେନ୍ନାଇ ସୁପର କିଙ୍ଗଦଳ ପକ୍ଷରୁ ଖେଳୁଛନ୍ତି । ପୂର୍ବରୁ ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଆସୁଥିଲେ । ପ୍ରଥମଥର ଲାଗି ଧୋନିଙ୍କ ଅଧିନାୟକତ୍ୱରେ ଆଇପିଏଲ ଖେଳୁଛନ୍ତି ଭଜି । ଆଇପିଏଲ ଇତିହାସରେ ଭଜି ଜଣେ ଭଲ ବୋଲର । ତେବେ ଆଇପିଏଲରେ ସର୍ବାଧିକ ୱିକେଟ ମୁମ୍ବାଇ ଇଣ୍ଡିଆନ୍ସର ସିଂହଳି ବୋଲର ମଲିଙ୍ଗାଙ୍କ ନମାରେ ରହିଛି । ସେ ୧୬୯ଟି ୱିକେଟ ନେଇଛନ୍ତି । ଭାରତୀୟ ବୋଲଣଙ୍କ ମଧ୍ୟରେ ଅମିତ ମିଶ୍ରା ଏବଂ ପିୟୁସ ଚାୱାଲା ଏହି କ୍ଳବରେ ସାମିଲ ଅଛନ୍ତି । ଚାୱାଲା ୧୫୦ ୱିକେଟ ନେଇଥିବା ବେଳେ ଅମିତ ମିଶ୍ରା ୧୫୬ଟି ୱିକେଟ ଅକ୍ତିଆର କରିଛନ୍ତି । ଭଜି ତୃତୀୟ ଭାରତୀୟ ଭାବରେ ଏହି କ୍ଳବରେ ସାମିଲ ହେବା ପରେ ତାଙ୍କ ପାଖକୁ ପ୍ରଂଶସାର ସୁଅ ଛୁଟିଛି ।