ନୂଆଦିଲ୍ଳୀ (ଏଟିଆର ବ୍ୟୁରୋ); ରନ ମେସିନଙ୍କ ରେକର୍ଡ ଭାଙ୍ଗିଛନ୍ତି ଦକ୍ଷିଣ ଆଫ୍ରିକିୟ ବ୍ୟାଟ୍ସ ମ୍ୟାନ ହାସିମ ଆମଲା । ଦିନିକିଆରେ କମ ପାଳି ଖେଳି ଶତକ ନିଆରା ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଆମଲା ୧୬୭ ପାଳିରେ ୨୭ଟି ଶତକ ହାସଲ କରିବାରେ ବିଶ୍ୱରେ ଏକ ନମ୍ବର ଖେଳାଳି । ପୂର୍ବରୁ ଏହି ରେକର୍ଡ କୋହଲିଙ୍କ ନାଁରେ ଥିଲା । ବିରାଟ ୧୬୯ ପାଳିରେ ୨୭ଟି ଶତକ ହାସଲ କରିଥିଲେ । ତେବେ ତୃତୀୟ ସ୍ଥାନରେ ରହିଛନ୍ତି କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର । ସେ ୨୫୪ଟି ପାଳିରୁ ୨୭ଟି ଶତକ ହାସଲ କରିଥିଲେ ।
ଶନିବାର ପାକିସ୍ଥାନ ବିପକ୍ଷ ଦିନିକିଆରେ ଆମଲା ୧୨୦ଟି ବଲରେ ୧୦୮ ରନ କରିବାରେ ସକ୍ଷମ ହୋଇଥିଲେ । ଏହି ଶତକଟି ଥିଲା ତାଙ୍କ ୨୭ତମ ଶତକ । ଯାହାକି ବିଶ୍ୱ ରେକର୍ଡ କରିଛି । ତେବେ ପାକିସ୍ଥାନ ବିପକ୍ଷ ମ୍ୟାଚରେ ଆମଲାଙ୍କ ଶତକ ସତ୍ତେ୍ୱ ଦୁର୍ଭାଗ୍ୟ ବଶତଃ ଦକ୍ଷିଣ ଆଫ୍ରିକା ମ୍ୟାଚ ହାରି ଯାଇଥିଲା । ହାରିଥିଲେ ମଧ୍ୟ ଆମଲାଙ୍କ ବିଶ୍ୱ ରେକର୍ଡରେ ବେଶ ଖୁସିଥିଲେ ଦଳୀୟ ଖେଳାଳି ।