ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତ ମାସ ନ୍ୟୁଜଲାଣ୍ଡ ଗସ୍ତ ପାଇଁ ୨୦ଜଣିଆ ଭାରତୀୟ ମହିଳା ହକି ଦଳ ଘୋଷଣା କରାଯାଇଛି । ୨୫ତାରିଖରୁ ଭାରତ ନ୍ୟୁଜଲାଣ୍ଡ ଗସ୍ତ କରି ମୋଟ ୫ଟି ମ୍ୟାଚ ଖେଳିବ । ରାନୀ ରାମପଲ ଦଳର ନେତୃତ୍ୱ ନେଉଥିବା ବେଳେ ତାଙ୍କ ସ୍ଥାନରେ ସବିତା ଗୋଲକିପଙ୍ଗ କରିବେ । ଭାରତୀୟ ଦଳରେ ରାନୀ (କ୍ୟାପଟେନ୍), ସବିତା (ଭାଇସ୍-କ୍ୟାପଟେନ୍), ରଜନୀ ଏଟିମାର୍ପୁ, ଦୀପ୍ ଗ୍ରେସ୍ ଏକ୍କା, ଗୁରଜିତ୍ କୌର୍, ରୀନା ଖୋଖାର, ସାଲିମା ଟେଟେ, ସୁଶୀଲା ଚାନୁ, ନିଶା, ନମିତା ଟପ୍ପୋ, ଉଦିତା, ମୋନିକା, ଲିଲିମା ମିଞ୍ଜ୍, ନେହା, ସୋନିକା, ଶର୍ମିଲା ଦେବୀ, ନଭନୀତ୍ କୌର୍, ଲାଲରେମସିଆମି, ବନ୍ଦନା କାଟାରିୟା, ନଭଜୋତ୍ କୌର ସ୍ଥାନ ପାଇଛନ୍ତି ।
ତେବେ ଏହି ଭାରତୀୟ ଦଳରେ ତିନିଜଣ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ଏହି ଗସ୍ତ ସମୟରେ ୨୫ତାରିଖରେ ଭାରତୀୟ ଟିମ ନ୍ୟୁଜଲାଣ୍ଡ ଡେଭଲପମେଣ୍ଟ ବିପକ୍ଷରେ ତାର ପ୍ରଥମ ମ୍ୟାଚ ଖେଳିବାକୁ ଥିବା ବେଳେ ୨୭ ଓ ୨୯ ତାରିଖରେ ଭାରତ ନ୍ୟୁଜଲାଣ୍ଡ ମହିଳା ଟିମ ବିପକ୍ଷରେ ମ୍ୟାଚ ଖେଳିବ । ଏହାପରେ ଫେବୃଆରୀ ୪ରେ ଗ୍ରେଟ ବିଟେନ ଏବଂ ୫ ତାରିଖରେ ଆଉ ଥରେ ନ୍ୟୁଜଲାଣ୍ଡ ବିପକ୍ଷରେ ମ୍ୟାଚ ଖେଳି ନିଜର ଗସ୍ତ ଶେଷ କରିବ ।
ଭାରତୀୟ କୋଚ ଶୋର୍ଡ ମାରିନ କହିଛନ୍ତି, ଭାରତୀୟ ଟିମରେ ସ୍ଥାନ ପାଇଥିବା ୨୦ଜଣ ଖେଳାଳିଙ୍କ ସହ ନ୍ୟୁଜଲାଣ୍ଡ ଯିବା ସହ କିଛି ମ୍ୟାଚରେ ୧୬ ଖେଳାଳି ଖେଳିବାରେ ସୁଯୋଗ ପାଇବେ । କାରଣ ଆଗକୁ ଆସୁଥିବା ଅଲମ୍ପିକରେ ଆମେ ୧୬ ଖେଳାଳିଙ୍କୁ ନେଇ ଖେଳିବୁ ଓ ଗସ୍ତରେ ଆମେ କିଛି ମ୍ୟାଚରେ ୧୮ଜଣ ଖେଳାଳିଙ୍କୁ ମଧ୍ୟ ସୁଯୋଗ ଦିଆଯିବ ବୋଲି କୋଚ କାରିନ କହିଛନ୍ତି ।