ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପାଖେଇ ଆସୁଛି ପୁରୁଷ ହକି ବିଶ୍ୱକପ୍ । ଏନେଇ ସମସ୍ତ କାର୍ଯ୍ୟ ଚୂଡାନ୍ତ ପର୍ଯ୍ୟାୟରେ ପହଁଚିଲାଣି । ସେହିପରି ଉଦଘାଟନୀ ଉତ୍ସବକୁ ଅଧିକ ରୋମାଞ୍ଚକ କରିବା ପାଇଁ ନିକଟରେ ଏକ ଥିମ୍ ଗୀତର ଟିଜର ରିଲିଜ୍ ହୋଇଛି । ଓସ୍କାର ବିଜେତା ଏ.ଆର ରେହମାନଙ୍କ କଣ୍ଠ ସ୍ୱରରେ ଜୟ ହିନ୍ଦ ଜୟ ଇଣ୍ଡିଆ ଶୀର୍ଷକ ଥିବା ଏହି ଟିଜର ଟି ଖୁବ୍ ସୁନ୍ଦର ହୋଇଛି ।
ଏହି ଥିମ୍ ଗୀତର ନିର୍ଦ୍ଦେଶନା ଦାୟିତ୍ୱରେ ଏ.ଆର ରେହମାନ ଥିବା ବେଳେ ଗିତୀକାର ହେଉଛନ୍ତି ଗୁଲଜାର ।
୪୬ ସେକେଣ୍ଡର ଏହି ଭିଡିଓରେ ଏ.ଆର ରେହମାନଙ୍କ ସମେତ ବଲିଉଡର ବାଦଶାହା ସାହରୁଖ୍ ଖାନ୍ ମଧ୍ୟ ହକି ଷ୍ଟିକ୍ ଧରି ନିଜର ଧୂଆଁଦାର ଜଲୱା ଦେଖାଉଥିବାର ଦେଖିବାକୁ ମିଳିଛି । ଏମାନଙ୍କ ବ୍ୟତୀତ ନୟନତାରା, ଶିବାମନି, ନିତୀ ମୋହନ, ସ୍ୱେତା ମୋହନ, ଶାସା ତିରୁପାଠୀ, ସ୍ୱେତା ପଣ୍ଡିତ ,ହର୍ଷଦୀପ ଏବଂ ଜାତୀୟ ହକି ବିଶ୍ୱକପର ଖେଳାଳୀ ମଧ୍ୟ ନଜର ଆସୁଛନ୍ତି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ରବି ବର୍ମନ । ଏଥିରେ ଓଡିଶାର କଳା, ସଂସ୍କୃତି ଏଂବ ଐତିହକୁ ପ୍ରଦର୍ଶନ କରାଯାଇଛି । ଯାହା ଦର୍ଶକଙ୍କୁ ଖୁବ୍ ଆକୃଷ୍ଟ କରିଛି । ଏପର୍ଯ୍ୟନ୍ତ ଏହି ଭିଡିଓଟିକୁ ତିନି ଲକ୍ଷରୁ ଉର୍ଦ୍ଧ ଲୋକ ଦେଖି ସାରିଲେଣି ।
ଅନ୍ୟପଟେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଟିଜରକୁ ସେୟାର କରି ଏ.ଆର ରେହମାନ ଏବଂ ସାହରୁଖ ଖାଁଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହି ଟିଜରଟି ହକି ପ୍ରେମୀଙ୍କ ଆଗ୍ରହକୁ ଅଧିକ ବଢାଇ ଦେଇଛି । ଏହାସହିତ ଟିଜରଟିକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ବାରବାଟୀ ଏବଂ କଳିଙ୍ଗ ଷ୍ଟାଡିୟମରେ ଲାଇଭ୍ କାର୍ଯ୍ୟକ୍ରମ ଅପେକ୍ଷାରେ ରହିଛୁ ।
Thanks @arrahman ji for #OdishaWorldCupAnthem. The catchy teaser captures the excitement & euphoria of hockey lovers across India for #HockeyWorldCup2018. Looking forward to the full version & watching you live in #Bhubaneswar & #Cuttackhttps://t.co/ZK2wuRn7eN
— Naveen Patnaik (@Naveen_Odisha) November 18, 2018