ଭୁବନେଶ୍ୱର (ଏଟିଆର ବ୍ୟୁରୋ) ; ଟିକେଟ ନପାଇ ହତାସ ହୋଇଫେରିଥିବା ହକିପ୍ରେମୀଭ୍କ ପାଇଁ ଖୁସି ଖବର । ଆପଣ ବିି ପାଇପାରିବେ ଉଦଘାଟନୀ ଉତ୍ସବର ଟିକେଟ । ଆସନ୍ତା ୨୭ ଏବଂ ୨୮ରେ କଟକ ଏବଂ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ବଲିଉଡ କଳାକାରଙ୍କ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବେ । ଅନଲାଇନରେ ମିଳିବ ଟିକେଟ । ରବିବାର ଏଭଳି ଏକ ଖୁସି ଖବର ଘୋଷଣା କରିଛନ୍ତି ହକି ଇଣ୍ଡିଆ । ଆସନ୍ତା ୨୦ ତାରିଖ ମଙ୍ଗଳବାର ଠାରୁ ଅନ ଲାଇନରେ ବିକ୍ରି ହେବ ଏହି ଟିକେଟ । http://ticketgenie.in/event/hwc-opening-ceremony ୱେବସାଇଟକୁ ଯାଇ କିଣିପାରିବେ ଟିକେଟ । ବୁକ କରିଥିବା ଟିକେଟର ପ୍ରିଣ୍ଟ ସହିତ ନିଜର ପ୍ରମାଣ ପତ୍ରକୁ (ସରକାରୀ) ଦେଖାଇ ୨୨ ତାରିଖ ଦିନ କଳିଙ୍ଗ ଷ୍ଟାଡିୟମର ୪ ନମ୍ଭର ଗେଟ ପାଖରେ ଖୋଲା ଯାଇଥିବା ସ୍ଥାୟୀ ସ୍ୱତନ୍ତ୍ର କାଉଣ୍ଟରରୁ ଅସଲ ଟିକେଟ ସଂଗ୍ରହ କରିପାରିବେ । ରାଜଧାନୀରେ ଟିକେଟ ବିକ୍ରି କରିବା ପାଇଁ ଅଧିକାର ପାଇଥିବା ବଛା ବଛା ୧୮ଟି ଟିକେଟ କେନ୍ଦ୍ରରେ ନିଜର ଅନଲାଇନ ଟିକେଟକୁ ରିଡେମ୍ପସନ କରିପାରିବେ ।
ବିଶ୍ୱକପ ହକି ପାଇଁ କଟକ ଐତିହାସିକ ବାରବାଟୀ ଷ୍ଟାଡିୟମରେ ୨୮ ତାରିଖରେ ହେବାକୁ ଥିବା ଏରରେହେମାନଙ୍କ ସଙ୍ଗୀତ ଉତ୍ସବ ପାଇଁ ମଧ୍ୟ କଟକରେ ଖୋଲିଥିବା କାଉଣ୍ଟରରେ ରିଡେମ୍ପସନ କରିବାର ସୁବିଧା କରାଯାଇଛି । ଆୟୋଜିତ ହେବାକୁ ଥିବା ଏହି ବିଶ୍ୱକପରେ ସର୍ବ ମୋଟ ୧୧୦୦ କଳାକାର ଯୋଗଦେଇ ଦର୍ଶକଙ୍କ ମନୋରଞ୍ଜନ କରିବେ । ଏହି କଳାକାରଙ୍କ ମଧ୍ୟରେ ସ୍ଥାନୀୟ,ଭାରତୀୟ ଏବଂ ବିଦେଶୀ କଳାକାର ଯୋଗଦେବେ । ତେବେ ସବୁଠାରୁ ବଡ କଥା ହେଉଛି ଏଥି ମଧ୍ୟ ୮୦୦ ଜଣ ଓଡିଆ ନବଗେତା କଳାକାର ଏବଂ ପୁରୁଖା କଳାକାରମାନେ ମଧ୍ୟ ଯୋଗ ଦେବେ ।
ଉଦଘାଟନୀ ଉତ୍ସବ ୨ ଘଣ୍ଟା ୪୫ ମିନିଟ ଧରି ଚାଲିବା ବେଳେ ଏଥିରେ ବଲିଉଡର କିଙ୍ଗ ଖାନ ମୁଖ୍ୟ ଆକର୍ଷଣ ସାଜିବେ । ସୁପରଷ୍ଟାରଙ୍କ ସହ ତାଳ ମେଳେଇବା ପାଇଁ ଏହି ଉତ୍ସବରେ ଓଡିଉଡର ଚକୋଲେଟ ହିରୋ ସବ୍ୟସଚୀ ଏବଂ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତି ଦର୍ଶକଙ୍କ ଫୁଲ ମନୋରଞ୍ଜନ କରିବ । ବାରବାଟୀରେ ଆୟୋଜିତ ହେବାକୁ ଥିବା ଏଆର ରେହେମାନଙ୍କ କାର୍ଯ୍ୟକ୍ରମରେ ଗୀତିକାର ସେଖ୍ ଗୁଲକାରଙ୍କ ସହ ବଲିଉଡରେ ୯୦ ଦଶକର ଚର୍ଚ୍ଚିତ କଳାକାର ମାଧୁରୀ ଦିକ୍ଷୀତଙ୍କ ଯୋଗଦାନ ମନୋରଞ୍ଜନର ଏକ କେନ୍ଦ୍ରବିନ୍ଦୁ ସାଜିବ । ଉଦଘାଟନୀ ଉତ୍ସବର ସମ୍ପୂର୍ଣ୍ଣ ଦୃଶ୍ୟ ଦୂରଦର୍ଶନ ନ୍ୟାସନାଲ,ଡିଡି ସ୍ପୋର୍ଟସ ସହିତ ଓଡିଶାର ଅନେକ ଟିଭି ଚ୍ୟାନେଲରେ ଏହା ସିଧା ପ୍ରସାରଣ ହେବ ।