ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଉ ମାତ୍ର ଅଳ୍ପ ଦିନ ରହିଲା ପୁରୁଷ ହକି ୱାଲ୍ଡକପ୍ । ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଲାଣି । ଏହାସହିତ ହକି ୱାର୍ଲକପ୍ ର ଉଦଘାଟନୀ ଉତ୍ସବରେ ସାମିଲ ହେବା ଲାଗି ଟିକେଟ୍ ବିକ୍ରିର ତାରିଖ ଘୋଷଣା କରାଯାଇଛି । ଏଣିକି ଆଉ ଅଫଲାଇନ୍ ବା କାଉଣ୍ଟରରେ ଟିକେଟ୍ ବିକ୍ରି ହେବା ନାହିଁ । ଆସନ୍ତା ସପ୍ତାହରୁ ଅନଲାଇନ୍ ଜରିଆରେ ଟିକେଟ୍ ବିକ୍ରି କରାଯିବ । ଟିକେଟ୍ ବିକ୍ରି ହେବାର ୪୮ ଘଣ୍ଟା ପୂର୍ବରୁ ସୂଚନା ଦିଆଯିବ ବୋଲି ଅନ୍ତର୍ଜାତୀୟ ହକି ମହାସଂଘର ସଭାପତି ନରେନ୍ଦ୍ର ବାତ୍ରା ସୂଚନା ଦେଇଛନ୍ତି ।
ଦୁଇଟି ପର୍ଯ୍ୟାୟରେ ହକି ଉଦଘାଟନୀ ଉତ୍ସବ କରାଯିବାର କାର୍ଯ୍ୟକ୍ରମ ରହିଛି । ୨୭ ତାରିଖରେ ଭୁବନେଶ୍ୱର ସ୍ଥିତ କଳିଙ୍ଗଷ୍ଟାଡିୟମରେ ଏବଂ ୨୮ ରେ କଟକର ବାରବାଟୀ ଷ୍ଟାଡିୟମରେ ଉଦଘାଟନ ଉତ୍ସବ ହେବ । ସେଥିଲାଗି ପ୍ରଥମ ପ୍ରର୍ଯ୍ୟାୟ ପାଇଁ ଅନଲାଇନ୍ ରେ ବିକ୍ରି ହେବ ୧୦ ହଜାର ପାଞ୍ଚ ଶହ ଟିକେଟ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୩୦ ହଜାର ଟିକେଟ୍ ବିକ୍ରିର ବ୍ୟବସ୍ଥା ରହିଛି ।
At the Governing Body Meeting for Odisha Hockey Men's World Cup Bhubaneswar 2018, @FIH_Hockey President Dr. Narinder Dhruv Batra expressed stated that Kalinga Stadium can become one of the top five stadiums in the world & that #HWC2018 will be a landmark event. pic.twitter.com/bCB5OtJsU9
— Hockey World Cup 2018 – Host Partner (@sports_odisha) November 17, 2018
ଏହି ଉଦଘାଟନୀ ଉତ୍ସବରେ ଓସ୍କାର ବିଜେତା ଏ.ଆର ରେହମାନଙ୍କ ସମେତ ସାହରୁଖ୍ ଖାଁ ଏବଂ ଅନେକ ନାମୀଦାମୀ କଳାକାରମାନେ ସାମିଲ ହୋଇ ସେମାନଙ୍କର ଜଲୱା ଦେଖାଇବେ ।