ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜିଠାରୁ ଚଳଚଞ୍ଚଳ ହୋଇ ଯାଉଛି କଳିଙ୍ଗ ଷ୍ଟାଡିୟମ । ଆରମ୍ଭ ହୋଇ ଯାଉଛି ପୁରୁଷ ଏଫଆଇଏଚ ହକି ଲଢ଼େଇ । ଉଦଘାଟନୀ ମ୍ୟାଚରେ ଦକ୍ଷିଣ ଆଫ୍ରିକ ଏବଂ ଆମେରିକା ମଧ୍ୟରେ ଟକ୍କର ହୋଇଛି । ଆଜି ଦିନରେ ତିନୋଟି ମ୍ୟାଚ ରହିଛି । ତେବେ ପ୍ରଥମ ଦିନରେ ଭାରତର ମ୍ୟାଚ ହେବାକୁ ଥିବାରୁ ଦର୍ଶକଙ୍କ ସଂଖ୍ୟା ଅଧିକ ରହିବ ବୋଲି ଆଶା କରାଯାଉଛି । ଭାରତ ପ୍ରଥମ ମ୍ୟାଚରେ ଋଷକୁ ଭେଟିବା ପାଇଁ ଯାଉଛି । ଏହି ମ୍ୟାଚ ସଂନ୍ଧ୍ୟା ୭ଟାରେ ଖେଳାଯିବ ।
ଭୁବନେଶ୍ୱରରେ ହକି ବିଶ୍ୱକପ୍ ହେବା ପରେ ହକି ପ୍ରତି ଲୋକଙ୍କ ମନରେ ଏକ ପ୍ରକାର ଆଗ୍ରହ ଉଜ୍ଜିବୀତ ହୋଇଛି । ଏହା ସହ ଷ୍ଟାଡିୟମରେ ବସି ଖେଳ ଦେଖିବାର ମଜା ଲୋକଙ୍କ ଉତ୍ସାହ ବଢାଇଛି । ହକି ବିଶ୍ୱକପ୍ ଖେଳ ଦେଖିବା ପାଇଁ ଯେଉଁମାନେ ଟିକଟ ପାଇନଥିଲେ ସେମାନଙ୍କ ପାଇଁ ଏହା ଆଉ ଏକ ସୁଯୋଗ ବୋଲି କୁହାଯାଉଛି । ତେବେ ଏହି ୠଓଐ ହକି ସିରିଜରେ ବିଭିନ୍ନ ଦେଶର ମୋଟ୍ ୮ ଟିମ୍ ସାମିଲ ହୋଇଛନ୍ତି ।
ଆୟୋଜକ ଭାରତ ସହ ପୋଲାଣ୍ଡ, ଋଷିଆ, ଉଜବେକିସ୍ତାନ, ଗ୍ରୁପ-ଏରେ ରହିଥିବା ବେଳେ ଦକ୍ଷିଣଆଫ୍ରିକା, ଜାପାନ, ଆମେରିକା ଓ ମେକ୍ସିକୋ ଗ୍ରୁପ୍-ବିରେ ରହିଛନ୍ତି । ଦୁଇ ଗ୍ରୁପର ଶ୍ରେଷ୍ଠ ଦଳ ସିଧାସଳଖ ସେମିଫାଇନାଲ । ଦ୍ୱିତୀୟ ଓ ତୃତୀୟ ଦଳ କ୍ରସ ଓଭର ଦେଇ ସେମିଫାଇନାଲରେ ପ୍ରବେଶ କରିବେ । ତେବେ ଏହି ଟୁର୍ଣ୍ଣାମେଣ୍ଟରେ ଯେଉଁ ଦଳ ଭଲ ପ୍ରଦର୍ଶନ କରିବ ସେହି ଦଳ ୨୦୨୦ ଟୋକିଓ ଅଲମ୍ପିକ୍ରେ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ । ଟୁର୍ଣ୍ଣାମେଣ୍ଟ ପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି ।