ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆଇପିଏଲ ଦ୍ୱାଦଶ ସଂସ୍କରଣରେ ଆଜି ହାଇଦ୍ରାବାଦକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ । ଦୁଇ ଦଳ ଭଲ ଫର୍ମରେ ରହିଛନ୍ତି । ତେବେ ଆଜିର ମ୍ୟାଚ ଯଦି ହାଇଦ୍ରାବାଦ ବିଜୟ ହୁଏ ତେବେ ଟେବୁଲରେ ଟପ ରହିବ । ହାଇଦ୍ରାବାଦ ୩ଟି ମ୍ୟାଚରୁ ଦୁଇଟି ବିଜୟ ହୋଇ ତିନି ନମ୍ବର ସ୍ଥାନରେ ରହିଛି । ପଞ୍ଜାବ ୪ଟି ମ୍ୟାଚରୁ ୩ଟି ବିଜୟ ହୋଇ ଟେବୁଲ ଟପରେ ରହିଛି । ପଞ୍ଜାବର ନେଟ ରନରେଟ ରହିଛି +୦.୧୬୪ କିନ୍ତୁ ହାଇଦ୍ରାବାଦର ନେଟ ରନରେଟ +୨.୧୧୧ । ଏଣୁ ଆଜିର ମ୍ୟାଚ ବିଜୟ ହେବା ପରେ ୪ଟି ମ୍ୟାଚରୁ ୩ଟି ଜିତି ନେଟ ରନରେଟ ହିସାବରେ ଟେବୁଲ ଟପ ହେବ ।
ହାଇଦ୍ରାବାଦ କେବଳ ପ୍ରଥମ ମ୍ୟାଚରେ କେକେଆରଠାରୁ ପରାସ୍ତ ହୋଇଥିଲା । କିନ୍ତୁ ପରବର୍ତ୍ତୀ ୨ଟି ମ୍ୟାଚରୁ ୨ଟିଯାକ ବିଜୟ ହୋଇଛି । ଆଜିର ମ୍ୟଚରେ କଡା ଟକ୍କର ହେବ ବୋଲି ଅନୁମାନ କରାଯାଉଛି । ହାଇଦ୍ରବାଦରେ ଡେଭିଡ ୱାର୍ଣ୍ଣରଙ୍କ ବ୍ୟାଟିଂ ଏବଂ ରସିଦ ଖାନଙ୍କ ବୋଲି ଉପରେ ସମସ୍ତଙ୍କ ନଜର ରହିବ । ଦୀର୍ଘ ବର୍ଷେ କ୍ରିକେଟରୁ ଦୂରେଇ ରହିଥିଲେ ସୁଦ୍ଧା ପୁଣିଥରେ ଫେରିବା ପରେ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଛନ୍ତି । ଅପରପକ୍ଷରେ ଦିଲ୍ଲୀରେ ଯୁବ ଖେଳାଳିମାନେ ଭଲ ଖେଳ ପ୍ରଦଶର୍ନ ଜାରି ରଖିଛନ୍ତି । ପୃଥୀ ଶ ଏବଂ ପନ୍ଥଙ୍କ ବ୍ୟାଟିଂ ଉପରେ ରହବି ସମସ୍ତଙ୍କ ନଜର । ତେବେ ଶେଷ ମ୍ୟାଚରେ ପଞ୍ଜାବ ବିପକ୍ଷ ମ୍ୟାଚରେ ନୈରାଶ୍ୟ ଜନକ ଖେଳ ପାଇଁ ଦିଲ୍ଲୀ ପରାଜୟ ବରଣ କରିଥିଲା । କିନ୍ତୁ ଆଜିର ମ୍ୟାଚ ଫିରୋଜ ଶାହା କୋଟଲାରେ ହେଉଥିବାରୁ ଦିଲ୍ଲୀର ପଲ୍ଲା ଭାରି ରହିବ ବୋଲି ଅନୁମାନ କରାଯାଉଛି ।