ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟର ସର୍ବୋଚ୍ଚ ସଂସ୍ଥା ଆଇସିସି ପକ୍ଷରୁ ୧୫ ଜାନୁଆରୀ ୨୦୨୦ କୁ ବର୍ଷ ୨୦୧୯ ପାଇଁ ପୁରସ୍କାର ଘୋଷଣା କରାଯାଇଛି । ଏହି ପୁରସ୍କାରରେ ଭାରତୀୟ ଖେଳାଳି ସମ୍ପୂର୍ଣ୍ଣ ଛାଇ ଯାଇଛନ୍ତି । ଭାରତୀୟ କ୍ୟାପ୍ଟେନ ବିରାଟ କୋହଲିଙ୍କୁ ଆଇସିସି ୱାନଡେ ଏବଂ ଟେଷ୍ଟର ଦୁଇଟି ଟିମ୍ ର କ୍ୟାପ୍ଟେନ ଭାବେ ବଛାଯାଇଛି । ୱାନଡେ ରେ ବିରାଟଙ୍କ ବ୍ୟତିତ ରୋହିତ ଶର୍ମା, ମୋହମ୍ମଦ ସାମି ଏବଂ କୂଲଦୀପ ଯାଦବଙ୍କ ସମେତ ଅନ୍ୟ ଭାରତୀୟ ଖେଳାଳୀ ସାମିଲ ଅଛନ୍ତି, ସେହିପରି ଟେଷ୍ଟ ମ୍ୟାଚ୍ ରେ ମୟଙ୍ଗ ଅଗ୍ରୱାଲଙ୍କୁ ଦମଦାର୍ ଓପନର ଭାବେ ସାମିଲ କରାଯାଇଛି ।
ଅନ୍ୟପଟେ ଇଂଲଣ୍ଡର ଦମଦାର୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସଙ୍କୁ ଆଇସିସି ପ୍ଲେୟର ଅଫ୍ ଦି ଇୟର ଭାବେ ବଛା ଯାଇଛି । ୨୦୧୯ ର ପ୍ରଦର୍ଶନ ପାଇଁ ସାର୍ ଗାରଫିଲ୍ଡ ସୋବର ଟ୍ରଫି ଜିତିବାରେ ସଫଳ ହୋଇଛନ୍ତି ଷ୍ଟୋକ୍ସ । ଏହାସହିତ ସେ ୨୦୧୯ ରେ ତାଙ୍କ ଟିମ୍ କୁ ବିଶ୍ୱ କପ୍ ଜିତାଇଥିଲେ ।
ସୀମିତ ଓଭରରେ ଟିମ୍ ଇଣ୍ଡିଆର ଉପକ୍ୟାପ୍ଟେନ ରୋହିତ ଶର୍ମାଙ୍କୁ ସର୍ବଶ୍ରେଷ୍ଠ ୱାନଡେ କ୍ରିକେଟ ଟାଇଟେଲ ମିଳିଛି । ୨୦୧୯ ର ୨୮ ମ୍ୟାଚ୍ ରେ ୧୪୯୦ ରନ୍ କରିଥିଲେ ।
ସେହିପରି ବିରାଟ କୋହଲିଙ୍କୁ ସ୍ପିରିଟ୍ ଅଫ୍ କ୍ରିକେଟ ଆୱାର୍ଡ ଦିଆଯାଇଛି । ଦୀପକ ଚାହରଙ୍କୁ ଟି୨୦ ପରଫର୍ମର ଅଫ୍ ଦି ଇୟର ଆୱାର୍ଡ ।