ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ର ଅନୁରୋଧକୁ ଖାରଜ କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) । ଯେଉଁଥିରେ କୁହାଯାଇଥଇଲା କି ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ଦେଶ ସହିତ ସମ୍ପର୍କ ତୁଟାଇ ଦେବା ଉଚିତ୍ । ଏହି ମାମଲାକୁ ନେଇ ଆଇସିିସି ର କୌଣସି ପ୍ରକାର ଭୂମିକା ନାହିଁ ବୋଲି ସେ ମତ ପ୍ରକାଶ କରିଛନ୍ତି ।
ନିକଟରେ ପୁଲୱାମା ଆତଙ୍କୀ ହମଲାରେ ଭାରତର ୪୦ ଯବାନ ସହୀଦ ହୋଇଥିଲେ । ଏହାକୁ ନେଇ ବିସିସିଆଇ ପକ୍ଷରୁ ଆଇସିସିକୁ ଏକ ଚିଠି ଲେଖା ଯାଇଥିଲା । ଯେଉଁଥିରେ ବିଶ୍ୱସ୍ତରୀୟ ସଂସ୍ଥା ଏବଂ ତାର ସଦସ୍ୟ ଆତଙ୍କୀ ପ୍ରଶ୍ରୟ ଦେଉଥିବା ଦେଶ ସହିତ ସମ୍ବନ୍ଧ ନ ରଖିବାକୁ ଅନୁରୋଧ କରିଥିଲେ ।
ଏନେଇ ବିସିସିଆଇ ଅଧିକାରୀ କହିଛନ୍ତି କି , ଏଭଳି କିଛି ହେଲା ଭଳି ମଉକା ନାହିଁ । କୌଣସି ଦେଶକୁ ବହିଷ୍କାର କରିବା ନିଷ୍ପତ୍ତି ସରାକରୀ ସ୍ତରରେ ହୋଇଥାଏ ଏବଂ ଆଇସିସିର ଏଭଳି ନିୟମ ନାହିଁ ବୋଲି ଆଇସିସି ଚେୟାରମ୍ୟାନ୍ ସ୍ପଷ୍ଟ କରିଛନ୍ତି । ବିସିସିଆଇ ଏନେଇ ଭଲ ଭାବେ ଅବଗତ ଥିଲେ କିନ୍ତୁ ତା ପରେ ବି ଗୋଟେ ମଉକା ପାଇବା ପାଇଁ ଏଭଳି କରିଛନ୍ତି ।
ଏହି ଚିଠି ରେ ବିସିସିଆଇ ପାକିସ୍ତାନକୁ ନେଇ ବିଶେଷ ଉଲ୍ଲେଖ କରିନଥିଲା । ସେଥିରେ ଆତଙ୍କୀଙ୍କୁ ପ୍ରଶ୍ରୟ ଦେଉଥିବା ଦେଶ ବିଷୟରେ କୁହାଯାଇଥିଲା । ଏହି ମାମଲାରେ ଶନିବାର ଶଶାଙ୍କ ମନୋହରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଆଇସିସି ବୋର୍ଡ ବୈଠକରେ ବିଚାର କରାଯାଇଛି ।
ବୋର୍ଡର ଅଧିକାରୀ କହିଛନ୍ତି କି, ‘ଆଇସିସି ର ଅନେକ ସଦସ୍ୟ ଦେଶର ଖେଳାଳି ପାକିସ୍ତାନର ସୁପରଲିଗ୍ ରେ ଖେଲୁଛନ୍ତି ଏବଂ ସେ କଦାପି ଏହି ଭଳି ଅନୁରୋଧ ଉପରେ ଧ୍ୟାନ ଦିଅନ୍ତି ନାହିଁ । ହଁ ସୁରକ୍ଷା ପାଇଁ ଚିନ୍ତା ଅଛି ଏବଂ ସେଥିପାଇଁ ଧ୍ୟାନ ମଧ୍ୟ ରହିଛି ।’