ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇସିସି କ୍ରିକେଟ ବିଶ୍ୱକପ ୨୦୧୯ ର ଆଜି ସବୁଠାରୁ ବଡ ମୁକାବିଲା । ଆଜ୍ଞା ହଁ ଆଜି ରହିଛି ଭାରତ ପାକିସ୍ତାନ ମ୍ୟାଚ୍ । ମ୍ୟାନଚେଷ୍ଟର ଖେଳା ହେଉଥିବା ଏହି ମ୍ୟାଚ୍ ଦୁଇ ଦେଶ ପାଇଁ ବହୁତ ମହତ୍ୱପୂର୍ଣ୍ଣ । ଅନ୍ୟପଟେ ପାକିସ୍ତାନ ଟସ୍ ବୋଲିଂ କରିବାର ନିଷ୍ପତି ନେଇଛି । ଜିତି ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଟିମ୍ ବିଜୟ ହେବା ଲାଗି ଭାରତରେ ଲୋକେ ଭିନ୍ନ ଭିନ୍ନ ସ୍ଥାନରେ ହୋମ ପୂଜାର୍ଚ୍ଚନା ଆଦି କରିବାରେ ଲାଗି ପଡିଛନ୍ତି ।
ଭାରତ-ପାକିସ୍ତାନ ମଧ୍ୟରେ ହେଉଥିବା ଏହି ମୁକାବିଲା ପାଇଁ ଲୋକଙ୍କ ଠାରେ ଅଲଗା ଅଲଗା ପ୍ରକାରର ଜୁନୁନ୍ ଦେଖିବାକୁ ମିଳିଛି । ଦୁଇ ଦେଶର ଦଳ ମଧ୍ୟରେ କଡା ମୁକାବିଲାକୁ ନେଇ କେବଳ ହିନ୍ଦୁ ନୁହେଁ ବରଂ ମୁସଲମାନ ସମୁଦାୟର ଲୋକେ ବି ଯଜ୍ଞ କୁଣ୍ଡରେ ଆହୁତୀ ଦେଇ ଭାରତୀୟ ଟିମ୍ ପାଇଁ ପ୍ରାର୍ଥନା କରୁଛନ୍ତି ।
ସେପଟେ ଭାରତୀୟ ଟିମ୍ ପାଇଁ ଲୋକେ ବାରଣାସୀ ରେ ଗଙ୍ଗା ନଦୀ କୂଳେ ପୂଜାର୍ଚ୍ଚନା କରିଛନ୍ତି । ଏହାସହିତ କିଛି ଲୋକ ଗଙ୍ଗା ନଦୀ ଭିତରେ ଛିଡା ହୋଇ ଭାରତୀୟ ଟିମ୍ ପାଇଁ ଆର୍ଶିବାଦ ପ୍ରାର୍ଥନା କରିଛନ୍ତି ।
ସେହିପରି ଗୋରଖପୁରରେ ସ୍ଥାନୀୟ ଲୋକ ହୋମ ପୂଜା ଆଦି କରିବା ଦ୍ୱାରା ମନ୍ଦିରରେ ଆଳତୀ ମଧ୍ୟ କରିଛନ୍ତି ।