ନାଗପୁର (ଏଟିଆର ବ୍ୟୁରୋ); ଦ୍ୱିତୀୟ ଦିନିକିଆରେ ନିର୍ଦ୍ଧାରିତ ଓଭର ପୂର୍ବରୁ ୨୫୦ ରନରେ ଅଲଆଉଟ ହୋଇ ଯାଇଛି ଭାରତ । ଅଷ୍ଟ୍ରେଲିଆ ଆଗରେ ୨୫୧ ରନର ବିଜୟ ଲକ୍ଷ ରହିଛି । ଏହି ମ୍ୟାଚଟି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ଏଣୁ ଉଭୟ ଦେଶର ଖେଳାଳିମାନେ ଭଲ ଖେଳ ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରିଥିଲେ । ତେବେ ଭାରତୀୟ ଦଳର ବ୍ୟାଟିଂ ବିପର୍ଯ୍ୟୟ ପାଇଁ ଭାରତ ମାତ୍ର ନିର୍ଦ୍ଧାରିତ ଓଭର ପୂର୍ବରୁ ମାତ୍ର ୨୫୦ ରନରେ ସିମିତ ରହିଛି । ଭାରତକୁ ଏହି ମ୍ୟାଚ ଜିତିବା ପାଇଁ ହେଲେ ବୋଲିଂ ଏବଂ ଫିଲ୍ଡିଂରେ କମାଲ ଦେଖାଇବାକୁ ପଡିବ ।
କଙ୍ଗାରୁ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା । ଦୁଇ ଓପନର ବ୍ୟାଟ୍ସମ୍ୟାନ ରୋହିତ ଏବଂ ଧାୱନ ପଡିଆରେ ବେଶି ସମୟ ତିଷ୍ଠିପାରିନଥିଲେ । ରୋହିତ ଆଜି ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ତେବେ ଦଳର ଅଧିନାୟକ ବିରାଟ କୋହଲି ଏକାକି ଲଢ଼ି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ବିରାଟ ବ୍ୟକ୍ତିଗତ ୧୧୬ ରନ କରିଥିଲେ । ଦଳ ପକ୍ଷରୁ ବିରାଟଙ୍କ ପଛକୁ ରହିଛନ୍ତି ଅଲରାଉଣ୍ଡର ବିଜୟ ଶଙ୍କର ୪୬ ରନ କରିଛନ୍ତି । ଏହି ଦୁଇ ଜଣଙ୍କ ଯୋଡି ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲା । ଭୁଲ ବୁଝାବଣା ପାଇଁ ବିଜୟ ରନଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ ।
ବିଜୟଙ୍କ ପରେ ଧୋନୀ ଏବଂ କେଦାର ଯାଦବ ପଡିଆରେ ତିଷ୍ଠି ପାରିନଥିଲେ । ଧୋନି ବ୍ୟକ୍ତିଗତ ଖାତା ଖୋଲିପାରିନାହାଁନ୍ତି । ତେବେ ଜାଡେଜା କିଛି ସମୟ ପାଇଁ କୋହଲିଙ୍କ ସାଥ ଦେଇଥିଲେ । ଫଳରେ ଦଳୀୟ ସ୍କୋର ଆଗକୁ ବଢ଼ିଥିଲା । ଭାରତ ପକ୍ଷରୁ ଆଜିର ମ୍ୟାଚରେ ତିନିଜଣ ଖେଳାଳି ଖାତା ଖୋଲିପାରି ନାହାଁନ୍ତି ।