ମାଉଣ୍ଟମୈଙ୍ଗଲି(ଏଟିଆର ବ୍ୟୁରୋ): ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଶେଷ ଟି-୨୦ ମ୍ୟାଚ ଖେଳାଯାଉଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଥିଲା ବିରାଟ ବାହିନୀ । ତେବେ ନିର୍ଦ୍ଧାରିତ ୨୦ ଓଭର ଖେଳି ୩ ୱିକେଟ ହରାଇ ୧୬୪ ରନର କରିପାରିଥିଲା ଭାରତୀୟ ଦଳ । ପୂର୍ବରୁ ଖେଳା ହୋଇଥିବା ୪ଟି ମ୍ୟାଚରେ ଭାରତ ୪ଟି ଯାକ ମ୍ୟାଚ ଜିତି ସିରିଜରେ ୪-୦ରେ ଆଗୁଆ ରହିଛି ।
ତେବେ ଆଜି କ୍ଲିନ ସୁଇପି କରିବା ପାଇଁ ପଡିଆକୁ ଓହ୍ଲାଇଛି ଭାରତୀୟ ଦଳ । ଭାରତୀୟ ଦଳର ବ୍ୟାଟ୍ସ ମ୍ୟାନ ରୋହିତ ଶର୍ମା ସର୍ବାଧିକ ୬୦ ରନ କରିଥିବା ବେଳେ ରାହୁଲ ୪୫, ଶ୍ରେୟାସ ଆୟାର ୩୩ ଓ ମନୀଷ ପାଣ୍ଡେ ୧୧ ରନ କରିଛନ୍ତି । ଅନ୍ୟପଟେ ନ୍ୟୁଜିଲାଣ୍ଡ ଦଳର ସ୍କଟ କୁଗେଲେଜିନ ୨ ଓ ହାମିଶ ବେନେଟ ଗୋଟିଏ ୱିକେଟ ନେବାରେ ସଫଳ ହୋଇଛିନ୍ତି ।