ନଟିଂହାମ (ଏଟିଆର ବ୍ୟୁରୋ); ଗୁରୁବାର ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତ ଏବଂ ନ୍ୟୁଜିଲାଣ୍ଡ ଭେଟା ଭେଟି ହେବା ପାଇଁ ଯାଉଥିଲେ । କିନ୍ତୁ ଇନ୍ଦ୍ର ଦେବତାଙ୍କ କୃପା ଦୃଷ୍ଟି ହେତୁ ମ୍ୟାଚଟି ବାତିଲ ହୋଇଯାଇଥିଲା । ଲଗାଣ ବର୍ଷା ଲାଗି ଆଉଟ ଫିଲ୍ଡ ଏବଂ ପିଚ ଠିକ ହୋଇ ପାରିନଥିଲା । ଶେଷରେ ମ୍ୟାଚ ରେଫରି ବାତିଲ ଘୋଷଣା କରିଥିଲେ । ଦୁଇ ଦଳ ପଏଣ୍ଟ ଭାଗ କରିଥିଲେ । ଭାରତୀୟ ଦଳ ଏକ ପଏଣ୍ଟରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଥିଲା ।
ଉଭୟ ଦଳ ଚଳିତ ବିଶ୍ୱକପରେ ଗୋଟିଏ ହେଲେ ବି ମ୍ୟାଚ ହାରି ନାହାଁନ୍ତି । ତେବେ ଗତକାଲି ଗୋଟିଏ ଦଳ ପରାଜୟରୁ ବର୍ତ୍ତି ଯାଇଛି । ଇନ୍ଦ୍ର ଦେବତା ବୋଧେ ଏହି ଦୁଇ ଦଳକୁ ହରାଇବା ପାଇଁ ଚାହୁଁ ନାହାଁନ୍ତି । ଯେଉଁ କାରଣରୁ ପଏଣ୍ଟ ଭାଗ କରି ଉଭୟଙ୍କୁ ସନ୍ତୁଷ୍ଟ କରାଇଛନ୍ତି । ନ୍ୟୁଜିଲାଣ୍ଡ ୪ଟି ମ୍ୟାଚରେ ୭ ପଏଣ୍ଟ ପାଇ ପଏଣ୍ଟ ଟେବୁଲ ଉପରେ ରହିଛି । ଭାରତ ୫ ପଏଣ୍ଟ ପାଇ ତୃତୀୟ ସ୍ଥାନକୁ ଲମ୍ଫ ମାରିଛି ।
ଚଳିତ ବିଶ୍ୱକପରେ ଏହା ଚତୁର୍ଥ ବାତିଲ । ଏହା ପୂର୍ବରୁ ବାଲାଂଦେଶ ଶ୍ରୀଲଙ୍କା,ପାକିସ୍ତାନ-ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକା-ୱେଷ୍ଟ ଇଣ୍ଡିଜ ମ୍ୟାଚ ବାତିଲ ହୋଇ ସାରିଛି । ବାରମ୍ବାର ଏଭଳି ବାତିଲ କ୍ରିକେଟ ପ୍ରେମୀଙ୍କୁ ଦୁଃଖ ଦେଇଛି । ଚଳିତ ବିଶ୍ବକପ୍ର ୧୦ ଦଳ ମଧ୍ୟରୁ କେବଳ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବର୍ଷା କୋପରୁ ଏବେସୁଦ୍ଧା ବର୍ତି ରହିଛନ୍ତି। ସୂଚନାଯୋଗ୍ୟ ଯେ ଯଦି କୌଣସି ମ୍ୟାଚ୍ରେ ଟସ୍ ପଡ଼ି ନପାରେ ତେବେ ଏହାକୁ ‘ବାତିଲ ମ୍ୟାଚ୍’ର ମାନ୍ୟତା ମିଳେ।