ହାମିଲଟନ (ଏଟିଆର ବ୍ୟୁରୋ); ଭାରତୀୟ ଦଳର କେଳାଳିମାନେ ନୈରାଶ୍ୟ ଜନକ ଖେଳ ପ୍ରଦର୍ଶନ କରିଛନ୍ତି । ଚତୁର୍ଥ ଦିନିକିଆରେ ମାତ୍ର ୯୨ ରନରେ ଅଲଆଉଟ ହୋଇ ଯାଇଛି ଭାରତ । ଦଳ ପ୍ରଥମେ ବ୍ୟାଟିଂ କରି ୩୦.୫ ଓଭରରେ ସମସ୍ତ ଖେଳାଳିଙ୍କୁ ହରାଇଛି। ଦଳ ପକ୍ଷରୁ ଜଣେ ବି ବ୍ୟାଟ୍ସମ୍ୟାନ୍ ୨୦ ରନ୍ କରି ପାରି ନାହାନ୍ତି। ବୋଲର ୟୁଜଭେନ୍ଦ୍ର ଚହଲ ଅପରାଜିତ ରହି ସବାର୍ଧିକ ୧୮ ରନ୍ କରିଛନ୍ତି।
ଟସ୍ ଜିଣିବା ପରେ ନ୍ୟୁଜିଲାଣ୍ଡ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତର ପକ୍ଷରୁ ରେହିତ ଶର୍ମା ଓ ଶିଖର ଧାଓ୍ଵନ ବ୍ୟାଟିଂ ଓପନ କରିଥିଲେ। ତେବେ ଖେଳର ୬ଷ୍ଠ ଓଭରରେ ଭାରତର ସ୍କୋର ୨୧ ହୋଇଥିବା ବେଳେ ଶିଖର ଧାଓ୍ଵନ ବୋଲ୍ଟଙ୍କ ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇ ପାଭିଲିୟନ ଫେରିଥିଲେ। ଧାଓ୍ଵନଙ୍କ ଆଉଟ୍ ପରେ ରୋହିତ ଶର୍ମାଙ୍କ ସାଥ ଦେବା ପାଇଁ କ୍ରିଜ୍ରେ ପହଞ୍ଚିଥିଲେ ଜୀବନର ପ୍ରଥମ ଆନ୍ତର୍ଜାତିକ ମ୍ୟାଚ୍ ଖେଳୁଥିବା ପଞ୍ଜାବର ୧୯ ବର୍ଷୀୟ ଯୁବ ତାରକା ଶୁବମନ ଗିଲ୍।ତେବେ ଗିଲ ଓ ରୋହିତଙ୍କ ମଧ୍ୟରେ ବଡ଼ ପାର୍ଟନରସିପ୍ ଆରମ୍ଭ ପୂର୍ବରୁ ପୁଣି ଥରେ ବୋଲ୍ଟଙ୍କ ଦ୍ୱାରା କଟ୍ ଆଣ୍ଡ ବୋଲ୍ଡ ହୋଇ ରୋହିତ ଶର୍ମା ପାଭିଲିୟନ ଫେରଥିଲେ। ତା ପରି ଠାରୁ ଭାରତ ଆଉ ସଳଖି ଠିଆ ହୋଇ ପାରି ନାହିଁ। ବୋଲ୍ଟ ଓ ଗ୍ରାଣ୍ଡସହୋମଙ୍କ ବୋଲିଂର ସାମନା କରି ନ ପାରି ଭାରତୀୟ ବ୍ୟାଟିଂ ଲାଇନ୍ ଅପ୍ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିଛି।
ଅମ୍ବାତି ରାଇଡୁ, ଦୀନେଶ କାର୍ତ୍ତିକଙ୍କୁ ଗଆଣ୍ଡସହୋମ୍ ଶୂନ୍ୟରେ ଆଉଟ କରିବା ପରେ ବୋଲ୍ଟ ପୁଣି ଥରେ ନବାଗତ ଗିଲଙ୍କୁ ଆଉଟ୍ କରି ଭାରତକୁ ଏହି ମ୍ୟାଚ୍ରେ ସମ୍ପୂର୍ଣ୍ଣ ପଛକୁ ଠେଲି ଦେଇଛନ୍ତି। ପରେ ପରେ କେଦାର ଯାଦବଙ୍କୁ ମଧ ଏଲବିଡବ୍ଲ୍ୟୁ ଆଉଟ କରି ବୋଲ୍ଟ ତାଙ୍କର ୪ର୍ଥ ଓ୍ଵିକେଟ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଆଉଟ୍ ୍ କରି ୫ମଓ୍ଵିକେଟ ହାସଲ କରିଛନ୍ତି। ଟପ୍ ଅର୍ଡରରେ କେବଳ କେବଳ ଶିଖର ଧାଓ୍ଵନ(୧୩ ରନ)ଙ୍କୁ ଛାଡ଼ି ଆଉଟ୍ ହୋଇଥିବା ଅନ୍ୟ କୌଣସି ଭାରତୀୟ ବାଟ୍ସମ୍ୟାନ୍ ଦୁଇ ଅଙ୍କ ବିଶିଷ୍ଟ ରନ୍ ସଂଗ୍ରହ କରିବାରେ ସମର୍ଥ ହୋଇ ନାହିଁନ୍ତି। ମାତ୍ର ଶେଷ ଆଡକୁ ବ୍ୟାଟିଂ କରିଥିବା ହାର୍ଦ୍ଦିକ ପାଣ୍ଡ୍ୟା(୧୬ ରନ), କୁଲଦୀପ ଯାଦବ(୧୫) ଓ ଚହଲ (୧୮) ରନ କରିବା ସହିତ ବହୁ କଷ୍ଟରେ ଭାରତ ତାର ପୂର୍ବର ସର୍ବନିମ୍ନ ଦିନିକିଆସ୍କୋରକୁ ଅତିକ୍ରମ କରିବାରେ ସଫଳ ହୋଇଛି।