ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): କ୍ରିକେଟ ବିଶ୍ୱକପ ୨୦୧୯ରେ ଭାରତୀୟ ଦଳର ଦ୍ୱିତୀୟ ମ୍ୟାଚରେ ଆଜି ଅଷ୍ଟ୍ରେଳିଆକୁ ସାମ୍ନା କରିବ । ଅପରାହ୍ନ ୩ ଟା ବେଳେ ମ୍ୟାଚ୍ ଆରମ୍ଭ ହେବ । ଅଷ୍ଟ୍ରେଲିଆ ଆଗରେ ଏହି ମ୍ୟାଚ୍ ଭାରତୀୟ ଦଳ ପାଇଁ ଏକ ବଡ ଚ୍ୟାଲେଞ୍ଜ । ଏହା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ କୋଚ୍ ରବି ଶାସ୍ତ୍ରୀଙ୍କ ପାଇଁ ଏକ ପ୍ରକାରର ଅଗ୍ନୀ ପରୀକ୍ଷା ସ୍ୱରୂପ ।
ମ୍ୟାଚ୍ ଜିତିବାରେ ଅଷ୍ଟ୍ରେଲିଆ ଖୁବ୍ ଭଲ ପ୍ରଦର୍ଶନ ଦେଖାଇଛି । ଲଗାତର ଭାବେ ଅଷ୍ଟ୍ରେଲିଆ ଦୁଇଥର ବିଜୟୀ ହୋଇଛି ଏବଂ ସେ ଭାରତ ବିପକ୍ଷ ମ୍ୟାଚରେ ବି ବିଜୟ ହେବା ପାଇଁ ଚାହିଁବ । ଏହାବ୍ୟତିତ ସର୍ବଦା ବିଶ୍ୱକପରେ ଭାରତକୁ ଭାରି ପଡିଥାଏ ଅଷ୍ଟ୍ରେଲିଆର ପ୍ରଦର୍ଶନ ।
ସେପଟେ ବର୍ଷ ୨୦୧୫ ବିଶ୍ୱକପରେ ବି ଭାରତକୁ ହରାଇଥିଲା ଅଷ୍ଟ୍ରେଲିଆ । ଯେଉଁଥିପାଇଁ ଟୁର୍ଣ୍ଣାମେଣ୍ଟରୁ ଭାରତକୁ ବାହାର ହେବାକୁ ପଡିଥିଲା । ଏହାକୁ ଦୃଷ୍ଟରେ ରଖି ଆଜିରେ ଏହି ମୁକାବିଲା ଦୁଇ ଦଳ ସେମାନଙ୍କ ଶକ୍ତିଶାଳୀ ପ୍ଲେଇଙ୍ଗ ଇଲେଭନକୁ ନେଇ ମଇଦାନକୁ ଓହ୍ଲାଇ ପାରନ୍ତି ।
ଯଦି ଏହି ମ୍ୟାଚରେ ଅଷ୍ଟ୍ରେଲିଆକୁ ଭାରତ ହରାଇ ଦିଏ ତେବେ ଆଗକୁ ବିଜୟୀ ହେବାରେ ଭାରତ ପାଇଁ ସହଜ ହୋଇଯିବ । ଏହାସହିତ ବିଶ୍ୱକପ ବି ହାତେଇବ ବୋଲି ଆଶା ରହିଛି । ତେବେ ଦେଖାଯାଉ ଆଗାମୀ ମୁକାବିଲାର ପରିଣାମ କ’ଣ ହେଉଛି ।
ଟିମ୍ ଇଣ୍ଡିଆର ଖେଳାଳି: ରୋହିତ ଶର୍ମା,ବିରାଟ କୋହଲି(ଅଧିନାୟକ), ;କେଏଲ ରାହୁଲ, ମହେନ୍ଦ୍ର ସିଂ ଧୋନୀ(ୱିକେଟକିପର), କେଦାର ଯାଦବ,ହାର୍ଦ୍ଦିକ ପାଣ୍ଡ୍ୟା,ରବିନ୍ଦ୍ର ଜାଡେଜା,ମୋହମ୍ମଦ ଶାମି, ଜସପ୍ରିତ ବୁମରାହ, ୟୁଜବେନ୍ଦ୍ର ଚହଲ ।
ଅଷ୍ଟ୍ରେଲିଆର ଖେଳାଳି: ଡେବିଡ ୱାର୍ନର, ଏରୋନ ଫିଞ୍ଚ(ଅଧିନାୟକ),ଉସ୍ମାନ ଖ୍ୱାଜା, ଷ୍ଟିଭ ସ୍ମିଥ୍, ମାର୍କସ ଷ୍ଟୋଇନିସ୍, ଗ୍ଲେନ ମ୍ୟାକ୍ସବେଲ, ଏଲେକ୍ସ କେରୀ(ୱିକେଟକିପର), ନାଥନ୍, ପ୍ୟାଟ କମିଂସ, ଏଡମ ଜମ୍ପା, ମିଚେଲ ଷ୍ଟାର୍କ ।