ରାଜକୋଟ (ଏଟିଆର ବ୍ୟୁରୋ): ଆଜି ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ତିନିମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ ରାଜକୋଟଠାରେ ଖେଳାହେବାକୁ ଯାଉଛି । ଏହି ମ୍ୟାଚଟି ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ହେବ । କାରଣ ପ୍ରଥମ ମ୍ୟାଚରେ ଯେଉଁଭଳି ଭାବରେ ଭାରତ ଅତି ସୋଚନିୟ ପରାଜୟର ସାମ୍ନା କରିଥିଲା ତାହାକୁ ଦେଖିଲା ପରେ ଭାରତକୁ ସିରିଜରେ ଫେରିବାକୁ ହେଲେ ଏହି ମ୍ୟାଚଟିକୁ ଜିତିବାକୁ ପଡିବ । ପ୍ରଥମ ମ୍ୟାଚରେ ଭାରତ ଅଷ୍ଟ୍ରେଲିଆଠାରୁ ୧୦ ୱିକେଟରେ ପରାସ୍ତ ହୋଇଥିଲା ।
ଏହି ମ୍ୟାଚରେ ଭାରତର ଉଭୟ ବୋଲିଂ ଓ ବ୍ୟାଟିଂ ବିଭାଗ ପରାଜୟର କରାଣ ପାଲଟିଥିଲା । ଅଷ୍ଟ୍ରେଲିଆ ପ୍ରଥମ ମ୍ୟାଚ ଜିତି ସିରିଜରେ ୧-୦ରେ ଆଗୁଆ ରହିବା ସହ ଖେଳାଳୀମାନଙ୍କର ମନବଳ ଦୃଢ ହୋଇଯାଇଛି । ପ୍ରଥମ ମ୍ୟାଚରେ ଭାରତ ଚତୁର୍ଥରେ ବ୍ୟାଟିଂ କରିବାକୁ ଆସିବା ଫଳରେ ତାଙ୍କୁ ଚାରିଆଡୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ସେଥିପାଇଁ ଦ୍ୱିତୀୟ ମ୍ୟାଚରେ ସେ ପୂର୍ବଭଳି ତୃତୀୟ ସ୍ଥାନରେ ବ୍ୟାଟିଂ କରିବାକୁ ଆସିବେ ।ସେହିଭଳି ପ୍ରଥମ ଦିନିକିଆରେ ମୁଣ୍ଡରେ ଆଘାତ ପାଇବା କାରଣରୁ ଦ୍ୱିତୀୟ ଦିନିକିଆରୁ ବାଦ ପଡିଛନ୍ତି ରିଷଭ ପନ୍ଥ ପୂର୍ବ ମ୍ୟାଚ ଭଳି ଦ୍ୱିତୀୟ ଦିନିକିଆରେ ମଧ୍ୟ ୱିକେଟ କିପିଂ ଭାବେ ଦାୟିତ୍ୱ ସମ୍ଭାଳିବେ ରାହୁଲ ।
ଅନ୍ୟପଟେ ଅଷ୍ଟ୍ରେଲିଆର ମଜଭୁତ୍ ବୋଲିଂ ଆକ୍ରମଣ ଏବଂ ଶକ୍ତିଶାଳୀ ବ୍ୟାଟିଂଲାଇନକୁ ଭାରତ ଭେଦ କରିବାରେ ସଫଳ ହେଉଛି କି ନାହିଁ ତାହା ଆଜି ଜଣାପଡିବ । ଆଜିର ମ୍ୟାଚରେ ଭାରତୀୟ ଦଳରେ ବିରାଟ କୋହଲିଙ୍କ କ୍ୟାପଟେନସିରେ ରୋହିତ୍ ଶର୍ମା, ଶିଖର ଧୱନ୍, ଲୋକେଶ ରାହୁଲ୍ (ୱିକେଟକିପର), ଶ୍ରେୟସ ଆୟର୍, ମନିଷ ପାଣ୍ଡେ/କେଦାର ଯାଦବ, ରବୀନ୍ଦ୍ର ଜାଡେଜା, ୟୁଜବେନ୍ଦ୍ର ଚହଲ୍/କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ନଭଦୀପ ସାଇନି/ଶାର୍ଦ୍ଦୁଲ ଠାକୁର, ମହମ୍ମଦ ଶାମି ପଡିଆକୁ ଓହ୍ଲାଇବେ । ଅନ୍ୟପଟେ ଅଷ୍ଟ୍ରେଲିଆ ଦଳରେ କ୍ୟାପଟେନ ଆରୋନ ଫିଞ୍ଚ ଅଧିନରେ ଡେଭିଡ୍ ୱାର୍ଣ୍ଣର, ଷ୍ଟିଭ୍ ସ୍ମିଥ୍, ମାର୍ନସ୍ ଲାବୁଶେନ୍, ଆଲେକ୍ସ କ୍ୟାରୀ (ୱିକେଟକିପର), ଆଷ୍ଟନ୍ ଆଗର, ପ୍ୟାଟ୍ କମିନ୍ସ, କେନ୍ ରିଚାର୍ଡସନ୍, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର୍, ଓ ଆଡାମ ଜାମ୍ପା ପଡିଆକୁ ଓହ୍ଲାଇବେ ।