ସିଡନୀ (ଏଟିଆର ବ୍ୟୁରୋ); ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଅନ୍ତୀମ ଟେଷ୍ଟ ତଥା ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ହୋଇଛି । ପ୍ରଥମ ଦିନରେ ଭାରତ ୪ଟି ୱିକେଟ ହରାଇ ୩୦୩ ରନ କରିବାରେ ସଫଳ ହୋଇଛି । ଦଳ ପକ୍ଷରୁ ଚେତେଶ୍ୱର ପୂଜାରା ସର୍ବାଧିକ ୧୩୦ କରି ପଡିଆରେ ମହଜୁଦ ଥିବା ବେଳେ ତାଙ୍କ ସହ ଦଳୀୟ ସ୍କୋରକୁ ବଢ଼ାଇବା ପାଇଁ ଅପରାଜିତ ଅଛନ୍ତି ହନୁମାନ ବିହାରୀ । ସେ ବ୍ୟକ୍ତିଗତ ୩୯ ରନ କରିଛନ୍ତି ।
ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ରାହୁଲ ବିଫଳ ହୋଇଥିବା ବେଳେ ସାଥୀ ଖେଳାଳି ମୟଙ୍କ ଅଗ୍ରୱାଲ ଅର୍ଦ୍ଧଶତକୀୟ ପାଳି ଖେଳିଛନ୍ତି । ସେପଟେ କଙ୍ଗାରୁ ଦଳ ପକ୍ଷରୁ ହାଜେଲ ହୁଡ ୨ଟି ୱିକେଟ ନେଇଥିବା ବେଳେ ଷ୍ଟାର୍କ ଗୋଟିଏ ଏବଂ ଲିୟନ ଗୋଟିଏ ୱିକେଟ ନେବାରେ ସଫଳ ହୋଇଛନ୍ତି । ଅନ୍ତିମ ଟେଷ୍ଟଟି ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି ।