ଆଲିଲେଡ(ଏଟିଆର ବ୍ୟୁରୋ); ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଟେଷ୍ଟରେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ଧିମା ଚାଲିଥିବା ଦେଖିବାକୁ ମିଳିଛି । ଭ୍ରମଣକାରୀ ଦଳ ପକ୍ଷରୁ କେବଳ ଚେତେଶ୍ୱର ପୁଜାରାଙ୍କୁ ଛାଡି ଦେଲେ ଅନ୍ୟ କୈାଣସି ଖେଳାଳି ଭଲ ପ୍ରଦର୍ଶନ କରିନାହାଁନ୍ତି । ଘରୋଇ ଦଳର ବୋଲରଙ୍କ ଆଗରେ ଚିତ ପଟାଙ୍ଗ ମାରିଛନ୍ତି ଭାରତୀୟ ଖେଳାଳି । ଦଳ ପକ୍ଷରୁ ଚେତେଶ୍ୱର ପୂଜାରା ସର୍ବାଧିକ ୧୨୩ ରନ କରି ରନ ଆଉଟ ହୋଇଯାଇଥିବା ବେଳେ ଦଳର ଅନ୍ୟ କେହି ଖେଳାଳି ପଡିଆରେ ତିଷ୍ଠି ପାରିନଥିଲେ । ପୂଜାରାଙ୍କ ପଛକୁ ଭାରତୀୟ ଦଳର ଭରଷା ଯୋଗ୍ୟ ଖେଳାଳି ରୋହିତ ଶର୍ମା ୩୭ ରନ କରିଥିଲେ । ଦଳର କେତେକ ଖେଳାଳି ଦୁଇ ଅଙ୍କ ଛୁଇଁବା ପାଇଁ ସକ୍ଷମ ହୋଇ ନାହାଁନ୍ତି ।
ପ୍ରଥମ ଦିନରୁ କଙ୍ଗାରୁ ଦଳର ବୋଲରଙ୍କ ପରାକ୍ରମ ଜାରି ରହିଛି । ଦକ୍ଷ ବୋଲିଂ ଆଗରେ ହାର ମାନିବାକୁ ବାଧ୍ୟ ହୋଇଛନ୍ତି ଭ୍ରମଣକାରୀ ଦଳ । ଘରୋଇ ଦଳର ଖେଳାଳିମାନେ ଭାଗ ବାଣ୍ଟି ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଛନ୍ତି । କଙ୍ଗାରୁ ଦଳ ପକ୍ଷରୁ ବୋଲିଂ କରିଥିବା ବୋଲର ତେଭିସ ହେଡଙ୍କୁ ଛାଡି ଦେଲେ ଦଳ ପକ୍ଷରୁ ବୋଲି କରିବା ପାଇଁ ଆସିଥିବା ସମସ୍ତ ଖେଳାଳି ୱିକେଟ ପାଇବା ପାଇଁ ସଫଳ ହୋଇଥିଲେ । ମିଚେଲ ଷ୍ଟ୍ରାକ,ପାଟ ଚୁମିନ୍ସ,ନାଥନ ଲିଓନ ଏବଂ ହାଜେଲହୁଡ ଭାଗ ବାଣ୍ଟି ନେଇଛନ୍ତି । ପ୍ରଥମ ଦିନରେ ଭାରତ ୯ୱିକେଟ ହରାଇ ୨୫୦ ରନ କରିବାରେ ସଫଳ ହୋଇଛି । ସେପଟେ ଦଳ ପକ୍ଷରୁ ସାମି ଏବଂ ବୁମରା ଆସନ୍ତା କାଲି ବ୍ୟାଟିଂ ଜାରି ରଖିବେ ।