ଆଲିଲେଡ (ଏଟିଆର ବ୍ୟୁରୋ); ପ୍ରଥମ ଟେଷ୍ଟର ତୃତୀୟ ସେସନ ଶେଷ ସୁଦ୍ଧା ଭାରତର ବୋଲିଂ ଆଗରେ କଙ୍ଗାରୁ ଦଳ ଧରାଶାୟୀ ହୋଇଥିବା ଦେଖିବାକୁ ମିଳିଛି । ଘରୋଇ ଦଳ ମାତ୍ର ୧୫୦ ରନରେ ୬ଗୋଟି ୱିକେଟ ହରାଇ ସାରିଲାଣି । ଦଳ ପକ୍ଷରୁ ଚୁମିନ୍ସ ଏବଂ ହେଡ ପଡିଆରେ ମହଜୁଦ ଅଛନ୍ତି । ଅଷ୍ଟ୍ରେଲିଆର କୈାଣସି ଜଣେ ହେଲେ ଖେଳାଳି ଅର୍ଦ୍ଧ ଶତକ ଅର୍ଜନ କରି ପାରିନାହାଁନ୍ତି । କେବଳ ବ୍ୟାଟିଂ ଜାରି ରଖିଥିବା ହେଡ ସର୍ବାଧିକ ୩୯ ରନ କରିଛନ୍ତି । ଭ୍ରମଣକାରୀ ଭାରତ ପକ୍ଷରୁ ଅଶ୍ୱିନୀ ସବାଧୀକ ୩ଟି ୱିକେଟ ନେଇଥିବା ବେଳେ ବୁମରା ଗୋଟିଏ ଏବଂ ଇଶାନ୍ତ ଶର୍ମା ୨ଟି ୱିକେଟ ନେବାରେ ସଫଳ ହୋଇଛନ୍ତି ।
ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିବା ଭାରତ ସମସ୍ତ ୱିକେଟ ହରାଇ ୨୫୦ ରନ କରିଥିବା ବେଳେ କଙ୍ଗାରୁ ଦଳ ୧୫୦ ରନ କରି ଭାରତଠାରୁ ୧୦୦ ରନ ପଛରେ ରହିଛି । ଦଳ ପାଖରେ ଆଉ ମାତ୍ର ୪ଗୋଟି ୱିକେଟ ବାକି ରହିଛି । ତେବେ ସବୁଠାରୁ ବଡ କଥା ହେଉଛି ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି ।