ଆଲିଲେଡ (ଏଟିଆର ବ୍ୟୁରୋ); ଦମଦାର ଫର୍ମରେ ଅଛନ୍ତି ଭାରତୀୟ ଦଳର ନିର୍ଭର ଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା । ପ୍ରଥମ ଇନିଂସରେ ଭଲ ଖେଳ ପ୍ରଦର୍ଶନ କରୁଥିବା ବେଳେ ରନ ଆଉଟ ହୋଇ ହତାସରେ ପାଭିଲିୟନ ଫେରିଥିଲେ । ପ୍ରଥମ ଇନିଂସରେ ପୂଜାରାଙ୍କ ୧୨୩ ରନ ବଳରେ ଦଳ ୨୫୦ ରନ କରିବାରେ ସକ୍ଷମ ହୋଇଥିଲା । ଭାରତୀୟ ଦଳ ପକ୍ଷରୁ ଅନ୍ୟ କୈାଣସି ଖେଳାଳି ତିଷ୍ଠି ପାରନଥିବା ବେଳେ ଏକାକି ଦଳ ପାଇଁ ଲଢ଼ିଥିଲେ ପୂଜାରା । ପୁଣିଥରେ ସେଇ ଢ଼ଙ୍ଗରେ ଦଳୀୟ ସ୍କୋରକୁ ବଢ଼ାଇବା ଲକ୍ଷଙ୍କର ପୂଜାର ।
ଦ୍ୱିତୀୟ ପାଳିରେ ଭାରତୀୟ ଦଳ ୧୫୩ ରନ କରି ତିନୋଟି ୱିକେଟ ହରାଇଥିବା ବେଳେ ପୂଜାରା ଅପରାଜିତ ୪୦ ରନ କରି ପଡିଆରେ ମହଜୁଦ ଅଛନ୍ତି । ତାଙ୍କ ସାଥ ଦେବା ପାଇଁ ତାଙ୍କ ସହ ଅଛନ୍ତି ଦଳର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ । ଭାରତ ପ୍ରଥମ ପାଳିରେ ୨୫୦ ରନ କରିଥିବା ବେଳେ ଏହାକୁ ପିଛା କରିବାକୁ ଯାଇ କଙ୍ଗାରୁ ଦଳ ୨୩୫ ରନ କରିବା ପାଇଁ ସକ୍ଷମ ହୋଇଥିଲା । ଭାରତ ଠାରୁ ୧୫ ରନ ପଛରେ ପଡିଯାଇଛି ଘରୋଇ ଦଳ । ସେପଟେ ଭାରତ ତାର ଦ୍ୱିତୀୟ ପାଳିର ଖେଳ ଆରମ୍ଭ କରି ୧୫୩ ରନରେ ୩ଟି ୱିକେଟ ହରାଇ ସାରିଛି । ତୃତୀୟ ଦିନର ଖେଳ ଶେଷସୁଦ୍ଧା ଦୁଇ ଦଳର ଖେଳାଳିମାନେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଛି । ବିଜୟ ଲକ୍ଷଙ୍କର ଦୁଇ ଟିମ ମଧ୍ୟରେ କଡା ଟକ୍କର ଲାଗିଛି ।