ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ଘରୋଇ ଅଷ୍ଟ୍ରେଲିଆ ଏବଂ ଭ୍ରମଣକାରୀ ଭାରତ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟରେ ଭାରତ ବିଜୟ ଠାରୁ ମାତ୍ର ୪ଟି ୱିକେଟ ପଛରେ ରହିଛି । ଭାରତକୁ ଜିତିବା ପାଇଁ ଆଉ ମାତ୍ର ୪ଟି ୱିକେଟ ଦରକାର । ସେପଟେ କଙ୍ଗାରୁ ଦଳକୁ ଜିତିବା ପାଇଁ ୨୩୫ ରନର ଆବଶ୍ୟକତା ରହିଛି । ଅଷ୍ଟ୍ରେଲିଆ ପକ୍ଷରୁ ଟିମ୍ ପାଇନ ଏବଂ ପାଟ ଚୁମିନ୍ସ ଦଳ ପାଇଁ ବ୍ୟାଟି ଜାରି ରଖିଛନ୍ତି । ସେପଟେ ଭାରତ ପକ୍ଷରୁ ବୁମରା ଏବଂ ଜାଡେଜା ୨ଟି ଲେଖାଏଁ ୱିକେଟ ନେଇ ଦଳକୁ ବିଜୟ ପଥରେ ଆଗେଇ ନେଇଛନ୍ତି । ଏମାନଙ୍କ ସହ ଇଶାନ୍ତ ଗୋଟିଏ ଏବଂ ସାମି ଗୋଟିଏ ୱିକେଟ ନେବାରେ ସଫଳ ହୋଇଛନ୍ତି ।
୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରେ ୧-୧ରେ ବରାବର ଥିବା ବେଳେ ଏହି ମ୍ୟାଚ ଉପରେ ସମସ୍ତଙ୍କ ନଜର ଥିଲା । ତେବେ ଭାରତୀୟ ଖେଳାଳି ମାନେ ଲଢ଼ୁଆ ଖେଳ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଭାରତ ପ୍ରଥମ ପାଳିରେ ୪୪୩ରେ ପାଳି ଘୋଷଣା କରିଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ପାଳିରେ ୧୫୧ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ଦ୍ୱିତୀୟ ପାଳିରେ ୧୦୬ ରନରେ ପୁନର୍ବାର ପାଳି ଘୋଷଣା କରିଥିଲା । ଫଳରେ କଙ୍ଗାରୁ ଦଳ ଆଗରେ ବିଜୟ ଳକ୍ଷ ରହିଥିଲା ୩୯୯ । ତେବେ ଏହି ସ୍କୋରକୁ ପିଛା କରିବାକୁ ଯାଇ ଦଳ ୧୭୩ରେ ୬ଟି ୱିକେଟ ହରାଇ ସାରିଲାଣି ।