ସିଡନୀ (ଏଟିଆର ବ୍ୟୁରୋ); ପ୍ରଥମ ଦିନିକିଆରେ ଭାରତର ବ୍ୟାଟିଂ ବିପର୍ଯ୍ୟୟ ଘଟିଛି । ମାତ୍ର ୨୬ ରନରେ ଭାରତ ୩ଟି ୱିକେଟ ହରାଇ ସାରିଛି । ଦଳ ପକ୍ଷରୁ ରୋହିତ ଶର୍ମା ଏବଂ ରୋହିତ ଶର୍ମା ବ୍ୟାଟିଂ ଜାରି ରଖିଛନ୍ତି । ଭାରତକୁ ଜିତିବା ପାଇଁ ଆହୁରି ୨୬୩ ରନର ଆବଶ୍ୟକତା ରହିଛି । କଙ୍ଗାରୁ ବୋଲରଙ୍କ ଆକ୍ରମଣାତ୍ମକ ବୋଲିଂରେ ଧରାଶାୟୀ ହୋଇଛନ୍ତି ଭାରତୀୟ ବ୍ୟାଟ୍ସମ୍ୟାନ । ୩ଟି ୱିକେଟ ମଧ୍ୟର ଧାୱନ ଏବଂ ରାୟୁଡୁ ଖାତା ଖୋଲିବା ନାହାଁନ୍ତି । କୋହଲି ୩ ରନ କରି ମଧ୍ୟ ଆଉଟ ହୋଇ ଯାଇଛନ୍ତି ।
ଭାରତ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । କଙ୍ଗାରୁ ବାହିନୀ ପ୍ରଥମେ ବ୍ୟାଟିଂ କରି ୫ଟି ୱିକେଟ ବିନିମୟରେ ୨୮୮ ରନ କରିବାରେ ସକ୍ଷମ ହୋଇଥିଲା । ଭାରତ ପକ୍ଷରୁ କୁଳଦୀପ ଯାଦବ ଏବଂ ଭୁବନେଶ୍ୱର କୁମାର ୨ଟି ଲେଖାଏଁ ୱିକେଟ ନେବାରେ ସଫଳ ହୋଇଥିବା ବେଳେ ଜାଡେଜା ଗୋଟିଏ ୱିକେଟ ନେଇଛନ୍ତି । ତେବେ ୨୮୮ ସ୍କୋରକୁ ପିଛା କରିବାକୁ ଯାଇ ଭାରତର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ମାନେ ଚିତପଟାଙ୍ଗ ମାରିଛନ୍ତି । ରାୟୁଡୁ,ବିରଟ ଏବଂ ଧାୱନ ଆଉଟ ହୋଇଯାଇଛନ୍ତି ।