ମାଞ୍ଚେଷ୍ଟର (ଏଟିଆର ବ୍ୟୁରୋ); ବିଶ୍ୱକପରେ ପୁଣି ଭାରତଠାରୁ ହାରିଲା ପାକିସ୍ତାନ । ଗତକାଲି ଖେଳାଯାଇଥିବା ମ୍ୟାଚରେ ଡିଏଲ ନିୟମ ଅନୁସାରେ ୮୯ ରନରେ ହାରିଛି ପାକିସ୍ତାନ । ଶତକୀୟ ପାଳି ଖେଳିଥିବା ରୋହିତ ଶର୍ମାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ କରାଯାଇଛି । ବିଶ୍ୱକପରେ ଭାରତ ପାକିସ୍ତାନଠାରୁ ୭ଟି ଯାକ ମ୍ୟାଚ ଜିତିଛି । ଆଜି ପର୍ଯ୍ୟନ୍ତ ବିଶ୍ୱକପରେ ପାକିସ୍ତାନ ଭାରତଠାରୁ ଜିତି ନାହଁ ।
ପାକିସ୍ତାନ ଟସ ଜିତି ବୋଲିଂ କରିବାର ନିଷ୍ପତି ନେଇଥିଲା । ରୋହିତ ଶର୍ମାଙ୍କ ଧମାକାଦାର ଶତକ ସହାୟତାରେ ପ୍ରଥମେ ୩୩୬/୫ର ବିଶାଳ ସ୍କୋର କରି ନେଇଥିଲା।କୋହଲି ଏବଂ ରାହୁଲ ମଧ୍ୟ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ । ପାକିସ୍ତାନୀ ବୋଲର ମହମ୍ମଦ ଅମୀର ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଟିକେ ଅଟକାଉଥିଲେ । କିନ୍ତୁ ବାକି ବୋଲରଙ୍କୁ ହୋଇଥିଲା ଧୂଲେଇ । ଅମିର ୪୭ ବ୍ୟୟ କରି ୩ଟି ୱିକେଟ ଅକ୍ତିଆର କରିଥିଲା ।
ବିଜୟ ଶଙ୍କର, କୁଲଦୀପ ଯାଦବ ଓ ହାର୍ଦିକ ପାଣ୍ଡ୍ୟାଙ୍କ ବୋଲିଂ କମାଲରେ ୧୬୫ ରନ୍ରେ ୬ଜଣ ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ପ୍ୟାଭିଲିୟନ ଫେରାଇ ଦେଇଥିଲା। ପାକିସ୍ତାନ ପାଳିର ୩୫ ଓଭର ପରେ ପରେ ବର୍ଷା ଆରମ୍ଭ ହୋଇ କିଛି ସମୟ ପରେ ଛାଡ଼ି ଯାଇଥିଲା। ସେଥିପାଇଁ ଏହି ଦଳକୁ ୪୦ ଓଭରରେ ୩୦୨ ରନ୍ର ପୁନଃ ନିର୍ଧାରିତ ଲକ୍ଷ୍ୟ ମିଳିଥିଲା। ପାକିସ୍ତାନ ସେହି ୬ ୱିକେଟ୍ ହରାଇ ୨୧୨ ରନ୍ କରିବା ସହ ଭାରତଠାରୁ ବିଶ୍ବକପ୍ରେ ଲାଗାତାର ସପ୍ତମ ପରାଜୟ ବରଣ କରିଥିଲା।