ହାମିଲଟନ (ଏଟିଆର ବ୍ୟୁରୋ); ଆଜି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ତଥା ଶେଷ ଟି-୨୦ ମ୍ୟାଚ ଖେଳାଯିବ । ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଛି । ଦ୍ୱିତୀୟ ଟି-୨୦ରେ ବିଜୟ ହେବା ପରେ ପୁନର୍ବାର ଶେଷରେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛି ଭାରତ । ଭାରତର ବ୍ୟାଟିଂ ଲାଇନ ଦଢ଼ ଥିବାରୁ ଭାରତ ଚେସ କରିବା ପାଇଁ ସୁବିଧା ହେବ ଏଣୁ ଭାରତ ପଛରେ ବ୍ୟାଟିଂ କରିବା ପାଇଁ ନିଷ୍ପତି ନେଇଛି । ଦଳର କାମଚଳା ଅଧିନାୟକ ରୋହିତ ପୂର୍ବ ମ୍ୟାଚରେ ଭଲ ଖେଳ ପ୍ରଦର୍ଶନ କରିଥିଲେ ଏଣୁ ଏହି ମ୍ୟାଚରେ ମଧ୍ୟ ସମାନ କେଳ ଜାରି ରଖିବେ ବୋଲି ଭାରତୀୟ କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।
ଆଜି ହେଉଛି ନିର୍ଣ୍ଣାୟକ ମ୍ୟାଚ । ଆଜି ଯେଉଁ ଦଳ ଜିତିବ ସେ ଟି-୨୦ ସିରିଜ ହାତେଇବ । ଭାରତ ଯଦି ଏହି ମ୍ୟାଚ ଜିତେ ତେବେ ପ୍ରଥମ ଥର ପାଇଁ ନ୍ୟୁଜିଲାଣ୍ଡ ଘରୋଇ ମାଟିରେ ଟି-୨୦ ସିରିଜ ହାତେଇବା କିର୍ତ୍ତୀ ଅର୍ଜନ କରିବ । ପୂର୍ବରୁ ଭାରତ କେବେ ବି ନ୍ୟୁଜିଲାଣ୍ଡରେ ଟି-୨୦ ଜିତି ନଥିବା ବେଳେ ଦ୍ୱିତୀୟ ମ୍ୟାଚ ଜିତିବା ପରେ ନୂଆ ରେକର୍ଡ କରିଥିଲା । ଆଜିର ମ୍ୟାଚରେ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ ହୋଇ ନାହିଁ । ପୂର୍ବ ଦୁଇ ମ୍ୟାଚରେ ଯେଉଁ ଖେଳାଳି ଖେଳୁଥିଲେ ସେମାନେ ଏହି ମ୍ୟାଚରେ ଖେଳଉଛନ୍ତିି ।
ଭାରତୀୟ ଦଳ- ରୋହିତ ଶର୍ମା (ଅଧିନାୟକ),ଶିଖର ଧାୱନ,ପନ୍ଥ,ବିଜୟ ଶଙ୍କର,ଧୋନୀ,ଦିନେଶ କାର୍ତ୍ତିକ,ହାର୍ଦ୍ଦିକ ପାଣ୍ଡ୍ୟା,କୁନାଲ ପାଣ୍ଡ୍ୟା,ଭୁବନେଶ୍ୱର କୁମାର,ଚହଲ,ଖଲିଲ ଅହମଦ