ହାଇଦ୍ରାବାଦ (ଏଟିଆର ବ୍ୟୁରୋ ) ; ଅଲ ଆଉଟ ହୋଇଗଲା ଭାରତ । ହାଇଦ୍ରାବାଦର ରାଜୀବ ଗାନ୍ଧି ଆନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ଭାରତ ଓ ଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ଅଲ ଆଉଟ ହୋଇଯାଇଛି । ଇଣ୍ଡିଜ ବିପକ୍ଷରେ ଭାରତ ମୋଟ ୩୬୭ ରନ କରି ପାରିଛି । ଗତକାଲି ଖେଳ ଶେଷ ହେବା ବେଳକୁ ୪ ୱିକେଟ୍ ହରାଇ ୩୦୮ ରନ କରି ପାରିଥିଲା ଭାରତ । ତେବେ ଆଜି ଭାରତୀୟ ଦଳ ମାତ୍ର ୫୯ ରନ କରି ନିଜର ଅନ୍ୟ ୬ ଟି ୱିକେଟ୍ ହରାଇଦେଇଛି ।
ସେପଟେ ପ୍ରଥମ ଇଂନିସ ରେ ଭାରତ ୫୭ ରନରେ ଆଗୁଆ ରହିଛି । ଋଷଭ ପନ୍ଥ ଶତକରୁ ବଞ୍ଚି ଯାଇଛନ୍ତି । ଗତକାଲି ଖେଳ ଶେଷ ହେବା ପୂର୍ବରୁ ରାହାଣେ ଓ ପନ୍ଥ ଯଥାକ୍ରମେ ୭୫ ଓ ୮୫ କରି ନଟ ଆଉଟ ରହିଥିଲେ । ତେବେ ଆଜି ରାହାଣେ ୫ ରନ କରି ପାରିଥିବାବେଳେ ପନ୍ଥ ୭ ରନ କରିପାରିଛନ୍ତି । ୯ ରନ କରି ଋଷଭ ପୁଣି ଏକ ଶତକରୁ ବଞ୍ଚିଯାଇଛନ୍ତି । ୱେଷ୍ଟଇଣ୍ଡିଜ୍ ପକ୍ଷରୁ ଜାସନ୍ ହୋଲ୍ଡର ସର୍ବାଧିକ ୫ଟି ୱିକେଟ୍ ନେଇଥିବା ଜଣାପଡିଛି ।