ହାଇଦ୍ରାବାଦ (ଏଟିଆର ବ୍ୟୁରୋ); ଭାରତକୁ ଜିତିବା ପାଇଁ ୨୩୭ ରନ ଆବଶ୍ୟକ । ଏହି ସ୍କେରକୁ ପାର କରିବା ପାଇଁ ଭାରତର ବ୍ୟାଟିଂ ଲାଇନ ଦୃଢ଼ କରିବାକୁ ପଡିବ । ଦୁଇ ଓପନର ଯୋଡି ବୁଝିଶୁଝି ଦେଖିବା ଆବଶ୍ୟକ । ପ୍ରଥମରୁ ୱିକେଟ ରହିଗଲେ ଦଳ ଉପରେ ପ୍ରେସର ରହିବ ନାହିଁ । ଆଜିର ମ୍ୟାଚରେ ଭାରତୀୟ ଦଳରେ ବ୍ୟାଟ୍ସମ୍ୟାନଙ୍କ ସଂଖ୍ୟା ଅଧିକ ରହିଛି । ଦଳରେ ୬ ଜଣ ବ୍ୟାଟ୍ସମ୍ୟାନ ଥିବା ବେଳେ ଦୁଇଜଣ ଅଲରାଉଣ୍ଡର ଅଛନ୍ତି । ଏଣୁ ଭାରତକୁ ମ୍ୟାଚ ଜିତିବାର ସୁଯୋଗ ରହିଛି । ଟି-୨୦ ସିରିଜ ହାରିଥିଲା ଭାରତ ଏଣୁ ଦିନିକିଆରେ ବିଜୟରୁ ସିରିଜ ଆରମ୍ଭ କରିବା ଲକ୍ଷ୍ୟରେ ରହିବ ଭାରତ । ସେପଟେ ଟି-୨୦ ଭଳି ଦିନିକିଆରେ ମଧ୍ୟ ବିଜୟ ଧାରା ଲକ୍ଷଙ୍କର ମଇଦାନକୁ ଓହ୍ଲାଇବ କଙ୍ଗାରୁ ବାହିନୀ । ଦଳରେ ବହୁ ଅଭିଜ୍ଞ ବୋଲର ମଧ୍ୟ ଅଛନ୍ତି ଏଣୁ ଦଳ ମ୍ୟାଚ ଜିତିବା ପାଇଁ ମଧ୍ୟ ହକଦାର ।
ଭ୍ରମଣକାରୀ ଦଳ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଦଳ ନିର୍ଦ୍ଧାରିତ ୫୦ ଓଭର ଖେଳି ୭ଟି ୱକେଟ ହରାଇ ୨୩୬ କରିବାରେ ସକ୍ଷମ ହୋଇଛି । ଦଳ ପକ୍ଷରୁ ଉସମାନ ଖାୱାଜା ସର୍ବାଧିକ ୫୦ ରନ କରିଥିବା ବେଳେ ଟି-୨୦ ହିରେ ମ୍ୟାକ୍ସୱେଲ ୪୦ ରନ କରିଛନ୍ତି । ଦଳର ବାକି ଖେଳାଳି ମଧ୍ୟ ଭଲ ଖେଳ ପ୍ରଦର୍ଶନ କରିଛନ୍ତି । ଭାରତ ପକ୍ଷରୁ ସାମି,ବୁମରା ଏବଂ କୁଳଦ୍ୱୀପ ଯାଦବ ଦୁଇଟି ଲେଖାଏଁ ୱିକେଟ ଅକ୍ତିଆର କରିଥିବା ବେଳେ କେଦାର ଯାଦବ ଗୋଟିଏ ୱିକେଟ ଅକ୍ତିଆର କରିଛନ୍ତି । ଦଳ ପକ୍ଷରୁ ବୋଲିଂ କରି ବିଜୟ ଶଙ୍କର ଏବଂ ଜାଡେଜା ୱିକେଟ ପାଇନାହାଁନ୍ତି । ଜାଡେଜା ୧୦ ଓଭରରେ ୩୩ ରନ ବ୍ୟୟ କରିଥିବା ବେଳେ ବିଜୟ ଶଙ୍କର ୩ ଓଭରରେ ୨୨ ରନ ଖାଇଛନ୍ତି । ତେବେ ଭାରତ ଆଗରେ ୨୩୭ ରନର ବିଜୟ ଲକ୍ଷ୍ୟ ରହିଛି ।