ଭୁବନେଶ୍ୱର (ଏଟିଆର ବ୍ୟୁରୋ): ୨୦୧୮ ମସିହାରେ ଭୁବନେଶ୍ୱର ଠାରେ ପୁରୁଷ ହକି ବିଶ୍ୱ କପ ଅନୁଷ୍ଠିତ ହୋଇଥିଲା । ଆୟୋଜନକୁ ବିଶ୍ୱ ସ୍ତରରୁ ପ୍ରଶଂସା କରାଯାଇଥିଲା । ଭୁବନେଶ୍ୱର ଠାରେ ୨୦୧୮ ମସିହାର ଆୟୋଜନର ସଫଳତା ପରେ ଦ୍ୱିତୀୟ ଥର ପାଇଁ ପୁରୁଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ଭାରତରେ ଆୟୋଜନ କରିବା ନେଇ ଶୁକ୍ରବାର ଦିନ ଅନ୍ତରାଷ୍ଟ୍ରୀୟ ହକି ମହାସଂଘ (FIH) ଘୋଷଣା କରିଛି । ଆସନ୍ତା ୨୦୨୩ ପୁରୁଷ ବିଶ୍ୱକପ ଆୟୋଜନ ପାଇଁ ମିଳିଛି ଅନୁମତି । ଏହି ନିଷ୍ପତି ଅନୁଯାୟୀ ସ୍ପେନ ଓ ନେଦରଲ୍ୟାଣ୍ଡ ୨୦୨୨ମସିହା ମହିଳା ବିଶ୍ୱକପ ଆୟୋଜନ କରିବେ । ପୁରୁଷ ବିଶ୍ୱକପ ୨୦୨୩ ଜାନୁଆରୀ ୧୩ରୁ ୨୯ ଓ ମହିଳା ବିଶ୍ୱକପ ୨୦୨୨ ମସିହା ଜୁଲାଇ ୧ରୁ ୧୭ ଯାଏ ଖେଳାଯିବ ।
Hosts for the FIH Hockey Women's and Men's World Cup announced!
2022 FIH Hockey Women’s World Cup in Spain and the Netherlands, 2023 FIH Hockey Men’s World Cup in India@theHockeyIndia @rfe_hockey @oranjehockey#HWC2022 #HWC2023
— International Hockey Federation (@FIH_Hockey) November 8, 2019
ଆୟୋଜକ ଦେଶ ଟୁର୍ଣ୍ଣାମେଣ୍ଟର ପ୍ରତିଟି ମ୍ୟାଚ ପାଇଁ ସ୍ଥାନ ନିର୍ଦ୍ଧାରଣ କରିବ । ଏହାସହ ଆୟୋଜକ ଦଳ ସିଧାସଳଖ ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଯୋଗ୍ୟତା ହାସଲ କରିବ । ସେହିପରି କଣ୍ଟିନେଣ୍ଟାଲ ଚାମ୍ପିୟନସି ପରେ ବିଜୟୀ ହେଉଥିବା ଦଳଗୁଡ଼ିକ (୫ଟି ଟିମ) ଆପେ ଆପେ ଯୋଗ୍ୟତା ଅର୍ଜନ କରିବେ। ବଳକା ଦଳ ଗୁଡ଼ିକ ଘରୋଇ ଓ ବାହାରେ ଖେଳା ଯାଉଥିବା ପ୍ଲେଅଫ୍ ଜରିଆରେ ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ଭାରତ ଏହି ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ହାସଲ କରିବାରେ ପ୍ରଥମ ଦେଶ ହୋଇଛି । ଅନ୍ୟପଟେ ମହିଳା ହକି ବିଶ୍ୱକୁ ସ୍ପେନ ଏବଂ ନେଦରଲାଣ୍ଡ ମିଳିତ ଭାବେ ଆୟୋଜନ କରିବେ । ୨୦୨୨ ମସିହା ଜୁଲାଇ ୧-୧୭ ତାରିଖ ପର୍ୟ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟ ଚାଲିବ । ସେମି ଫାଇନାଲ, ଫାଇନାଲ ଏବଂ ତୃତୀୟ-ଚତୁର୍ଥ ସ୍ଥାନ ପାଇଁ ପ୍ଲେ ଅଫର ମ୍ୟାଚ ସ୍ପେନରେ ଖେଳାଯିବ । ଏହାକୁ ମିଶାଇ ଚତୁର୍ଥ ଥର ପାଇଁ ଭାରତରେ ପୁରୁଷ ହକି ବିଶ୍ବକପ୍ ଖେଳାଯିବ। ପୂର୍ବରୁ ୧୯୮୨ (ମୁମ୍ବାଇ), ୨୦୧୦ (ନୂଆଦିଲ୍ଲୀ) ଓ ୨୦୧୮ (ଭୁବନେଶ୍ବର)ରେ ଭାରତ ପୁରୁଷ ହକି ବିଶ୍ବକପ୍କୁ ସଫଳତାର ସହ ଆୟୋଜନ କରିସାରିଛି।