ମେଲବର୍ଣ୍ଣ (ଏଟିଆର ବ୍ୟୁରୋ); ପ୍ରଥମ ଦିନରେ ଭାରତ ୨ଗୋଟି ୱିକେଟ ହରାଇ ୨୧୫ ରନ କରିବା ପାଇଁ ସଫଳ ହୋଇଛି । ଦଳ ପକ୍ଷରୁ ଅଧିନାୟକ କୋହଲି ଏବଂ ପୂଜାରାଙ୍କ ପାର୍ଟନରସିପରେ ପ୍ରଥମ ଦିନରେ ଦଳ ଭଲ ପରିସ୍ଥିତିରେ ରହିଛି । ବିରାଟ ବ୍ୟକ୍ତିଗତ ୪୭ ରନ କରିଥିବା ବେଳେ ପୂଜାରା ୬୮ ରନ କରି ପଡିଆରେ ମହଜୁଦ ଅଛନ୍ତି । ଭାରତର ଦୁଇ ଓପନର ହନୁମାନ ବିହାରି ୮ କରିଥିବା ବେଳେ ଡେବ୍ୟୁ ଖେଳାଳି ମୟଙ୍କ ଅଗ୍ରୱାଲ ୭୬ ରନ କରି ଆଉଟ ହୋଇ ଯାଇଛନ୍ତି ।
ଟସ ଜିତି ଭ୍ରମଣକାରୀ ଦଳ ପ୍ରଥମ ଦିନରେ ୨୧୫ ରନ କରି ୨ଗୋଟି ୱିକେଟ ହରାଇ ସାରିଛି । ୪ଟି କିଆ ଟେଷ୍ଟ ସିରିଜରେ ୧-୧ରେ ବରାବର ରହିଥିବାରୁ ତୃତୀୟ ମ୍ୟାଚ ଉପରେ କ୍ରିକେଟ ପ୍ରେମୀଙ୍କ ନଜର । ଏଣୁ ଦଳ ପାଇଁ ଅଧିନାୟକ ବିରାଟ ଏବଂ ଭରଷାଯୋଗ୍ୟ ଖେଳାଳି ପୂଜାରା ବୁଝିସୁଝି ଖେଳୁଛନ୍ତି । ସେପଟେ ଘରୋଇ ଦଳର ପେସ ବୋଲର ଭଲ ବୋଲିଂ ଜାରି ରଖିଛନ୍ତି । କଙ୍ଗାରୁ ଦଳ ପକ୍ଷରୁ କେବଳ ପାଟ ଚୁମିନ୍ସ ୨ଟି ୱିକେଟ ନେବାରେ ସଫଳ ହୋଇଛନ୍ତି ।