ନଟିଂହାମ (ଏଟିଆର ବ୍ୟୁରୋ); ଭାରତ ବିଶ୍ୱକପରେ ନିଜର ତୃତୀୟ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ଭେଟିବାକୁ ଯାଉଛି । ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ନ୍ୟୁଜିଲାଣ୍ଡ । ଭାରତ ୨ଟି ମ୍ୟାଚରୁ ଦୁଇଟି ଯାକ ଜିତିଥିବା ବେଳେ ନ୍ୟୁଜିଲାଣ୍ଡ ୩ଟିରୁ ୩ଟି ଯାକ ଜିତିଛି । ଏଣୁ ଆଜିର ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିଛି । ବିଜୟ ଧାରା ଜାରି ରଖିବା ପାଇଁ ଦୁଇ ଦଳ ଲଢ଼େଇ କରିବେ । ଦୁଇ ଦଳ ଏବେ ଭଲ ଫର୍ମରେ ଅଛନ୍ତିି । ଏଣୁ ଆଜିର ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ ପ୍ରେମୀ ଆଶା ରଖିଛନ୍ତି ।
ଭାରତର ଓପନର ବ୍ୟାଟ୍ସମ୍ୟାନ ଶିଖର ଧାୱନ ଆହତ ହୋଇଛନ୍ତି । ତେବେ ଆଜି ତାଙ୍କ ସ୍ଥାନରେ କିଏ ଖେଳିବ ତାହା ସ୍ପଷ୍ଠ ହୋଇନାହିଁ । ଯଦି ରୋହିତଙ୍କ ସହ ରାହୁଲ ଓପନିଂ କରନ୍ତି ତେବେ ଚତୁର୍ଥ ସ୍ଥାନରେ କିଏ ଖେଳିବ ତାକୁ ଜାଣିବା ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଆଗ୍ରହ ବଢ଼ି ଚାଲିଛି । ବିଜୟ ଶଙ୍କର ଏବଂ ଦିନେଶ କାର୍ତ୍ତିକଙ୍କ ମଧ୍ୟରୁ ଜଣେ ଖେଳିବାର ଆଶଙ୍କା ରହିଛି । ଧାୱନଙ୍କ ବିକଳ୍ପ ଖେଳାଳି ଭାବରେ ପନ୍ଥ ଇଂଲଣ୍ଡ ଯାଇ ସାରିଛନ୍ତି ।
ସମ୍ଭାବ୍ୟ ଭାରତ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଦୀନେଶ କାର୍ତିକ/ ବିଜୟ ଶଙ୍କର, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି, ହାର୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଭୁବନେଶ୍ବର କୁମାର, ଯଶପ୍ରୀତ ବୁମରା।
ସମ୍ଭାବ୍ୟ ନ୍ୟୁଜିଲାଣ୍ଡ: କେନ୍ ୱିଲିୟମସନ୍ (ଅଧିନାୟକ), କଲିନ ମୁନ୍ରୋ/ହେନରି ନିକୋଲାସ, ରସ୍ ଟେଲର, ଟମ୍ ଲାଥାମ, ଜେମ୍ସ ନୀସାମ, କଲିନ୍ ଡି’ଗ୍ରାଣ୍ଢୋମେ, ମିଚେଲ ସାଣ୍ଟନର, ଟ୍ରେଣ୍ଟ ବୋଲ୍ଟ, ମ୍ୟାଟ୍ ହେନରି, ଲୋକି ଫର୍ଗୁସନ୍।