ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ବୁଧବାର ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଶେଷ ଦିନିକିଆ ମ୍ୟାଚ ଅନୁଷ୍ଟିତ ହେବ । ଏହି ମ୍ୟାଚଟି ସଂଘର୍ଷପୂଣ୍ଣ ହେବ । ୫ଟି ଦିନିକିଆ ବିଶିଷ୍ଟ ସିରିଜରେ ୨-୨ ବରାବର ଥିବାରୁ ଶେଷ ମ୍ୟାଚଟି ନିର୍ଣ୍ଣାୟକ ମ୍ୟାଚ ହେବ । ନିଜମାଟିରେ କଙ୍ଗାରୁ ବାହିନୀକୁ ହରାଇବ ଲକ୍ଷ୍ୟରେ ଭାରତ । ସେପଟେ ଅଷ୍ଟ୍ରେଲିଆ ଯାଇ ଘରୋଇ ମାଟିରେ କଙ୍ଗାରୁ ବାହିନୀକୁ ହରାଇଥିଲା ଭାରତ । ଏଣୁ ବଦଲା ନେଇ ସିରିଜ ବରାବର ଲକ୍ଷ୍ୟରେ ଅଷ୍ଟ୍ରେଲିଆ । ଆସନ୍ତା କାଲି ମ୍ୟାଚରେ ଭାରତୀୟ ଦଳରେ ଖେଳାଳି ପରିବର୍ତ୍ତନ ହେବାର ସମ୍ଭାବନା ରହିଛି ।
ପ୍ରଥମ ଦୁଇଟି ଭାରତ ଜିତିଥିବା ବେଳେ ଶେଷ ଦୁଇଟି ଯାକ ମ୍ୟାଚ ବାଜି ମାରି ନେଇଛି ଅଷ୍ଟ୍ରେଲିଆ । ଚତୁର୍ଥ ଦିନିକିଆରେ ଭାରତ ବଡ ସ୍କୋର ଦେଇଥିଲେ ସୁଦ୍ଧା ଶେଷରେ ଖରାପ ବୋଲିଂ ପାଇଁ ପରାଜୟକୁ ସ୍ୱୀକାର କରିବାକୁ ବାଧ୍ୟ ହୋଇଥିଲା । ତେବେ ପଞ୍ଚମ ଦିନିକିଆରେ ତ୍ରୃଟି ସୁଧାରି ବିଜୟ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଭାରତ । ଶେଷ ଦିନିକିଆରେ କଡା ଟକ୍କର ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । କାରଣ ପ୍ରଥମ ଚାରିଟି ମ୍ୟାଚ ଶେଷ ପର୍ଯ୍ୟନ୍ତ କଣ୍ଟେଷ୍ଟ ହୋଇଥିଲା ।
ବିଶ୍ୱକପରୁ ଭାରତ ଶେଷ ସିରିଜ ଖେଳୁଛି । ଏଣୁ ସିରିଜକୁ କବଜା କରିବା ପାଇଁ ଜୋରଦାର ପ୍ରୟାସ କରିବ ଭାରତ । ଏହି ଦିନିକିଆ ସିରିଜ ପରେ ଆସନ୍ତା ୨୩ ତାରିଖରୁ ଆରମ୍ଭ ହେବ ଧନୀ କ୍ରିକେଟ ଲିଗ ଆଇପିଏଲ । ଏଣୁ ବିଶ୍ୱକପ ପୂର୍ବରୁ ଦେଶ ପାଇଁ ଏହା ଶେଷ ମ୍ୟାଚ । ସମ୍ମାନ ବଞ୍ଚାଇବା ପାଇଁ ଭାରତୀୟ ଖେଳାଳିମାନେ ଆକ୍ରମଣାତ୍ମକ ଭଙ୍ଗିରେ ଖେଳିବେ ବୋଲି ଆଶା କରାଯାଉଛି ।