ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ); ଆସନ୍ତା ଫେବୃଆରୀ ୨୪ ତାରିଖରୁ ଆରମ୍ଭ ହେବାକୁ ଅଷ୍ଟ୍ରେଲିଆ ବିପକ୍ଷରେ ସିମିତ ଓଭର ସିରିଜ । ଯେଉଁଠି ପାଇଁ ଘୋଷଣା ହୋଇଛି ଭାରତୀୟ ଦଳ । ଦଳରେ କିଛି ଖେଳାଳିଙ୍କ ପରିବର୍ତ୍ତନ କରାଯାଇଥିବା ଦେଖିବାକୁ ମିଳିଛି । ବିଶ୍ରାମ ପରେ କୋହଲି ଏବଂ ବୁମରା ଦଳକୁ ଫେରିଛନ୍ତି । ଟ୍ୱେଣ୍ଟି-୨୦ ସିରିଜ୍ ପାଇଁ ଦଳରେ ନୂତନ ଚେହେରା ଭାବେ ମୟଙ୍କ ମାର୍କେଣ୍ଡେୟଙ୍କୁ ସାମିଲ କରାଯାଇଛି । ଏହା ସହିତ ଟି-୨୦ରେ ଉମେଶ ଯାଦବଙ୍କୁ ମଧ୍ୟ ସୁଯୋଗ ମିଳିଛି ।
ଟ୍ବେଣ୍ଟି-୨୦ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା (ଉପ ଅଧିନାୟକ), ଲୋକେଶ ରାହୁଲ, ଶିଖର ଧାୱନ, ଋଷବ ପନ୍ତ୍, ଦୀନେଶ କାର୍ତିକ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, କୃନାଲ ପାଣ୍ଡ୍ୟା, ବିଜୟ ଶଙ୍କର, ୟୁଜବେନ୍ଦ୍ର ଚହଲ, ଯଶ୍ପ୍ରୀତ୍ ବୁମରା, ଉମେଶ ଯାଦବ, ସିଦ୍ଧାର୍ଥ କଉଲ୍, ମୟଙ୍କ ମାର୍କଣ୍ଡେ।
ଦିନିକିଆ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଅମ୍ବାତି ରାୟୁଡୁ, କେଦାର ଯାଦବ, ମହେନ୍ଦ୍ର ସିଂହ ଧୋନି (ୱିକେଟରକ୍ଷକ), ହାର୍ଦିକ ପାଣ୍ଡ୍ୟା, ଯଶ୍ପ୍ରୀତ୍ ବୁମରା, ମହମ୍ମଦ ସାମି, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ବିଜୟ ଶଙ୍କର, ଋଷବ ପନ୍ତ୍, ଲୋକେଶ ରାହୁଲ। ସିଦ୍ଧାର୍ଥ କଉଲ୍ (କେବଳ ପ୍ରଥମ ୨ ଦିନିକିଆ)। ଭୁବନେଶ୍ବର କୁମାର (ଶେଷ ୩ ଦିନିକିଆ)।
ଭାରତୀୟ ଦ୍ରୃତ ବୋଲର ତଥା ଭରଷାଯୋଗ୍ୟ ଖେଳାଳି ଭୁବନେଶ୍ୱର କୁମାରଙ୍କୁ ଟି-୨୦ ଏବଂ ପ୍ରଥମ ଦିନିକିଆରୁ ବିଶ୍ରାମ ଦିଆଯାଇଛି । ମୁଖ୍ୟତଃ ଆଗକୁ ବିଶ୍ୱକପକୁ ଲକ୍ଷ କରି ଖେଳାଳି ମାନଙ୍କୁ ବିଶ୍ରାମ ଦେଉଛି ବିସିସିଆଇ । ଫେବ୍ରୁଆରି ୨୪ ଓ ୨୭ରେ ଟ୍ବେଣ୍ଟି-୨୦ ଦ୍ବୟ ଖେଳାଯିବା ପରେ ଦିନିକିଆ ଶୃଙ୍ଖଳାର ମ୍ୟାଚ୍ଗୁଡ଼ିକ ମାର୍ଚ ୨, ୫, ୮, ୧୦, ୧୩ ତାରିଖରେ ଖେଳାଯିବ। ଭାରତୀୟ ଖେଳାଳିମାନେ ଏହା ପରେ ମାର୍ଚ ୨୩ରୁ ଆଇପିଏଲ୍ ଖେଳିବେ। ମେ’ ୩୦ ତାରିଖରୁ ଇଂଲଣ୍ଡରେ ଆଇସିସି ବିଶ୍ବକପ୍ ଖେଳିବାକୁ ଯିବ ଭାରତୀୟ ଦଳ।