ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପୁଲୱାମା ହମଲା ପରେ ଚଳିତ ବିଶ୍ୱକପ୍ ୨୦୧୯ରେ ପାକିସ୍ତାନ ସହିତ ଭାରତ ନଖେଳିବାକୁ ହେଉଥିବା ଦାବିକୁ ନେଇ ଏବେ କ୍ରିକେଟ ଅଧିନାୟକ ବିରାଟ କୋହଲି ମୁହଁ ଖୋଲିଛନ୍ତି । ବିରାଟ କହିଛନ୍ତି କି ଦେଶ ଯାହା ବି ନିଷ୍ପତ୍ତି ନେବ, ଆମେ ତାଙ୍କ ସହିତ ଅଛୁ ଏବଂ ତାହା ମଞ୍ଜୁର ।
ଭାରତୀୟ କ୍ରିକେଟ ଦଳର ଅଧିନାୟକ ଆସନ୍ତା ରବବାର ଦିନ ହେବାକୁ ଥିବା ଟି-୨୦ ମ୍ୟାଚ୍ ପୂର୍ବରୁ ମିଡିଆକୁ ସାକ୍ଷାତ କରିଥିଲେ । ଏହି ସାକ୍ଷାତକାରରେ ବିରାଟ ପୁଲୱାମା ଆକ୍ରମଣରେ ସହୀଦ ହୋଇଥିବା ଯବାନଙ୍କ ପାଇଁ ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରକୁ ସମବେଦନା ଜଣାଇଥିଲେ ।
ବିରାଟ କହିଥିଲେ କି , ‘ବର୍ତ୍ତମାନର ଦୁଃଖ ସମୟରେ ଆମେ ଦେଶ ସହିତ ଅଛୁ । ହମଲାରେ ପ୍ରାଣ ହାରାଇ ଥିବା ଯବାନଙ୍କ ପରିବାର ପ୍ରତି ମୁୁଁ ମୋ ଟିମ୍ ପକ୍ଷରୁ ସମବେଦନା ଜଣାଉଛି । ଏହି ସମ୍ବନ୍ଧରେ ପାକିସ୍ତାନ ସରକାର ଏବଂ ବୋର୍ଡ ଯାହା ବି ନିଷ୍ପତ୍ତି ନେବେ, ତାକୁ ଆମେ ସ୍ୱୀକାର କରିବୁ ।’
କୋହଲିଙ୍କ ବ୍ୟତିତ କୋଚ୍ ରବି ଶାସ୍ତ୍ରୀ ବି ଭାରତ-ପାକିସ୍ତାନ ମ୍ୟାଚ୍ କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି । ଯେତେବେଳେ ଶାସ୍ତ୍ରୀଙ୍କୁ ପଚରାଗଲା କି ଯଦି ବିଶ୍ୱକପରୁ ଆଇସିସି ପାକିସ୍ତାନକୁ ବାହାରନକରୁଛି ତେବେ ଭାରତ କ’ଣ ବିଶ୍ୱକପରେ ଖେଳିବ? ଏହାର ଉତ୍ତରରେ ସେ କହିଛନ୍ତି କି, ‘ ଏହି ମାମଲାରେ ସମ୍ପୂର୍ଣ୍ଣ ବିସିସିଆଇ ଏବଂ ଭାରତ ସରକାର ନିର୍ଭର । ଏଥରକ ନିର୍ଣ୍ଣୟ ନେବାରେ ଆମ ପାଇଁ ବହୁତ ସହଜ, ଆମେ ତାହା ହିଁ କରିବୁ ଯାହା ଭାରତ ସରକାର କରିବେ ।’
ଏହାପୁର୍ବରୁ ସଚିନ୍ ତେନ୍ଦୁଲକର ଏବଂ ସୁନୀଲ ଗାଭାସ୍କର ପାକିସ୍ତାନ ସହ ଖେଳିବାକୁ ନେଇ ବାର୍ତ୍ତାଳାପ ହୋଇଥିଲା । ବିଶ୍ୱ କ୍ରିିକେଟ ଇତିହାସରେ ଦୁଇଜଣ ଦିଗଜ୍ କ୍ରିକେଟର କହିଥିଲେ କି ପାକିସ୍ତାନକୁ ବସେଇକି ସ୍କ୍ରୋର ଦେବା ବିଲକୁଲ୍ ଭୁଲ୍ ହେବ । ସେଥିପାଇଁ ଏହି ସମୟରେ ପାକିସ୍ତାନକୁ ହରାଇ କଡା ଜବାବ ଦେବା ଉଚିତ୍ ।