ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଗାମୀ ମାର୍ଚ୍ଚ ୧୨ରେ ଖେଳାଯିବ ତିନି ମ୍ୟାଚ୍ ବିଶିଷ୍ଟ ୱାନଡେ ସିରିଜ୍ । ଯେଉଁଥି ପାଇଁ ବିସିସିଆଇ ପକ୍ଷରୁ ଆଜି ଭାରତର ୧୫ ଜଣିଆ ଟିମ୍ ଘୋଷଣା କରାଯାଇଛି । ମାତ୍ର ପୂର୍ବରୁ ଦକ୍ଷୀଣ ଆଫ୍ରିକା ଟିମ୍ ର ଘୋଷଣା ହୋଇସାରିଛି । ଭାରତ ଏବଂ ଦକ୍ଷୀଣ ଆଫ୍ରିକା ମଧ୍ୟରେ ମାର୍ଚ୍ଚ ୧୨ ଧର୍ମଶାଳାରେ ଅନୁଷ୍ଠିତ ହେବ ।
ସେହିଅନୁଯାୟୀ,ଦ୍ୱିତୀୟ ୱାନଡେ ମୁକାବିଲା ମାର୍ଚ୍ଚ ୧୫ ଲକ୍ଷେ୍ନøରେ ଖେଳାଯିବ । ସେହିପରି ତୃତୀୟ ମୁକାବିଲା ମାର୍ଚ୍ଚ ୧୮ କୋଲକାତାର ଇଡନ ଗାର୍ଡେନରେ ଖେଳାଯିବ ।
ଆଘାତ ଲାଗିଥିବା ଯୋଗୁଁ ଟିମ୍ ରୁ ବାହାର ହୋଇଥିବା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ କୁ ଫେରିଛନ୍ତି । ତାଙ୍କ ବ୍ୟତିତ ଶିଖର ଧୱନ, ଶୁଭମନ ଗିଲ୍, ଏବଂ ଭୁବନେଶ୍ୱର କୁମାର ବି ଟିମ୍ କୁ ଫେରିଛନ୍ତି ।
ସବୁଠାରୁ ଦୁଃଖର ବିଷୟ ହେଉଛି ରୋହିତ ଶର୍ମା ଟିମ୍ କୁ ଫେରିନାହାନ୍ତି । ଶରୀରରେ ଆଘାତ ଲାଗିଥିବା ଯୋଗୁଁ ସେ ଟିମ୍ କୁ ଫେରି ନାହାନ୍ତି । ଯାହାଫଳରେ ଟିମ୍ କୁ ଟତି ହୋଇପାରେ ବୋଲି କୁହାଯାଉଛି । କାରଣ ରୋହିତ ଶର୍ମା ଜଣେ ଦମଦାର ଖେଳାଳୀ ।
ଦଳକୁ ଶିଖର ଧୱନ ଫେରିବା ପରେ ମୟଙ୍କ ଅଗ୍ରୱାଲ ଙ୍କୁ ଦଳରୁ ବାହାରିବାକୁ ପଡିଛି । ସେହିପରି ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଭୁବନେଶ୍ୱର କୁମାରଙ୍କୁ ସ୍ଥାନ ଦେବା ପାଇଁ ଶିବମ ଦୁବେ ଏବଂ ମୋହମ୍ମଦ ଶାମିଙ୍କୁ ଦଳରୁ ବାହାର ହେବାକୁ ପଡିଛି । ଏମାନଙ୍କ ବ୍ୟତିତ କେଦାର ଜାଦବ ଏବଂ ଶାର୍ଦୁଲଙ୍କୁ ବି ୱାନଡେ ଟିମ୍ ରୁ ବାହାର ହେବାକୁ ପଡିଛି ।
ଭାରତର ୱାନଡେ ଟିମ୍:
ଶିଖର ଧୱନ, ପୃଥ୍ୱୀ ଶଃ, ବିରାଟ କୋହଲି (କ୍ୟାପ୍ଟେନ), କେଏଲ ରାହୁଲ, ମନୀଷ ପାଣ୍ଡେ, ଶ୍ରେୟସ ଆୟର, ଋଷଭ ପନ୍ଥ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ୟଜବେନ୍ଦ୍ର ଚହଲ, ଜସପ୍ରିତ୍ ବୁମରାହ, ନବଦୀପ , କୂଲଦୀପ ଯାଦବ, ଶଭମନ ଗିଲ୍ ।