ଚେନ୍ନାଇ (ଏଟିଆର ବ୍ୟୁରୋ): ଆଜିଠାରୁ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ତିନିଦିନିଆ ପ୍ରଥମ ଦିବାରାତ୍ର ମ୍ୟାଚ । ନିକଟରେ ଖେଳା ଯାଇଥିବା ଟି-୨୦ ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୨-୧ରେ ପରାସ୍ତ କରିବା ପରେ ଭାରତୀୟ ଖେଳାଳୀମାନଙ୍କର ମନ ବଳ ଦୃଢ ହୋଇଯାଇଛି । ଅନ୍ୟପଟେ ଭାରତ ଠାରୁ ହାରିବା ପରେ ୱେଷ୍ଟଇଣ୍ଡିଜ ନିଜ ରଣନୀତି ବଦଳାଇବା ସହ ଭାରତୀୟ ଖେଳାଳୀମାନଙ୍କୁ ଅଡୁଆରେ ପକାଇବାକୁ ଚେଷ୍ଟା କରିବ । ଆଜି ୧ଟା ୩୦ମିନିଟ ସମୟରେ ଚେନ୍ନାଇ ସ୍ଥିତ ଏମଏ ଚିତାମ୍ବରମ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯିବ । ଭାରତୀୟ ଅଧିନାୟକ ବିରାଟ କୋହଲି ୱେଷ୍ଟଇଣ୍ଡିଜ ବିପକ୍ଷରେ କରିଥିବା ରେକର୍ଡ ପ୍ରଶଂସନୀୟ ଅଟେ । ଯାହାଫଳରେ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢିଯାଇଛି ।
ଅନ୍ୟପଟେ ୱେଷ୍ଟଇଣ୍ଡିଜର ସାଈ ହୋପଙ୍କ ଠାରୁ ସଭିଏଁ ଅନେକ ଆଶା ରଖିଛନ୍ତି । ସେପଟେ ଗତ ୨୪ଘଣ୍ଟା ଭିତରେ ଚ୍ନୋଇରେ ବର୍ଷା ହୋଇଥିବାରୁ ପାଗ ଉପରେ ମଧ୍ୟ ଦୁଇ ଦଳର ନଜର ରହିବ । ଯଦି ଭାରତ ୱେଷ୍ଟଇଣ୍ଡିଜ ବିରୋଧରେ ଏହି ମ୍ୟାଚକୁ ଜିତିଯାଉଛି ତେବେ ଏହା ଲଗାତାର ଦଶମ ଦିନିକିଆ ଶୃଙ୍ଖଳା ବିଜୟ ହେବ । ସେପଟେ ଭାରତୀୟ ଟମରେ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିବ । ଭୁବନେଶ୍ୱର କୁମାରଙ୍କ ପେଟରେ ଯନ୍ତ୍ରଣା ଥିବାରୁ ତାଙ୍କ ବଦଳରେ ସାର୍ଦୁଲ ଠାକୁରଙ୍କୁ ଡକରା ଯାଇଛି । ଅନ୍ୟପଟେ ଶିଖର ଧାୱନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏପର୍ଯ୍ୟନ୍ତ ଠିକ ହୋଇନଥିବାରୁ ତାଙ୍କ ସ୍ଥାନରେ ମୟଙ୍କ ଅଗ୍ରୱାଲଙ୍କ ସମ୍ଭାବ୍ୟ ଦଳରେ ସ୍ଥାନ ମିଳିଛି ।