କଟକ (ଏଟିଆର ବ୍ୟୁରୋ): ଆଜି କଟକ ବାରବାଟୀ ଷ୍ଟାଡିୟରେ ତୃତୀୟ ଦିନିକିଆ ମ୍ୟାଚ୍ରେ ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମହା ଲଢେଇ ହେବ । ପୂର୍ବରୁ ଦୁଇ ଦଳ ଗୋଟେ ଗୋଟେ ସିରିଜ୍ ଜିତିଥିବାରୁ ଏବେ ଏହି ଶେଷ ମ୍ୟାଚ୍ ରେ ଦୁଇ ଦଳ ସିରିଜ୍ ହାତେଇବା ଲକ୍ଷ୍ୟରେ ରହିବେ । ସେଥିପାଇଁ ଦୁଇ ଦଳ ମଧ୍ୟରେ କଡା ଟକ୍କର ମଧ୍ୟ ହୋଇପାରେ ।
ସେପଟେ ମ୍ୟାଚ୍ ଦେଖିବା ପାଇଁ ଆସୁଥିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ପାର୍କି ବ୍ୟବସ୍ଥା ମଧ୍ୟ କରାଯାଇଛି । ଲୋକେ ସେମାନଙ୍କ ଯାନବାହନକୁ ବାଲିଯାତ୍ରାର ଉପର ଏବଂ ତଳ ପଡିଆରେ ପାର୍କିଂ କରିପାରିବେ । ସେହିପରି ଦର୍ଶକଙ୍କ ଭିଡକୁ ଦୃଷ୍ଟିରେ ରଖି ସୁରକ୍ଷା ବଳୟକୁ କଡାକଡି କରାଯାଇଛି । ଷ୍ଟାଡିୟମ ପରିସରରେ ୮୦ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଏହାସହିତ ୩୦୦ ଅଫିସରଙ୍କ ସମେତ ୪ ଆଡିସନାଲ ଡିସିପି, ଏସଓଜି କମାଣ୍ଡେ ଏବଂ କ୍ୱିକ୍ ରିଆକ୍ସନ ଟିମ୍ କୁ ମୁତୟନ କରାଯାଇଛି ।
ଆଜି ଅପରାହ୍ନ ୧.୩୦ ମିନିଟ୍ ରେ ଖେଳ ଆରମ୍ଭ ହେବ । ଖେଳ ଆରମ୍ଭ ହେବାର ଅଧା ଘଣ୍ଟା ପୂର୍ବରୁ ମାନେ ୧ ଟାରେ ଟସ୍ ପଡିବ ।