ଲଣ୍ଡନ (ଏଟିଆର ବ୍ୟୁରୋ); ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଛି । ଆଜି ଭାରତୀୟ ଦଳରେ ତିନୋଟି ପରିବର୍ତ୍ତନ କରାଯାଇଛି । ଆଜି ଦଳକୁ ପୁଣିଥରେ ଭୁବନେଶ୍ୱର କୁମାର ଫେରୁଥିବା ବେଳେ ଦୀନେଶ କାର୍ତ୍ତିକ ଏବଂ ଜାଡେଜାଙ୍କୁ ସ୍ଥାନ ମିଳିଛି । ଆଜି ତିନିଜଣ ପେସରଙ୍କୁ ଖେଳଉଛି ଦଳ । ଭୁବି,ସାମି ଏବଂ ବୁମରା ଦଳରେ ରହିଛନ୍ତି । ଭାରତ ପ୍ରଥମେ ବ୍ୟାଟିଂ କରି ବଡ ସ୍କୋର କଲେ ଏହି ତିନିଜଣ ବୋଲର ବାଲାଂଦେଶକୁ ଅଟକାଇବ ବୋଲି ଆଶା କରାଯାଇଛି ।
ବିଶ୍ୱକପରେ ଭାରତ ଓ ବାଂଲାଦେଶ ମଧ୍ୟରେ ଏପର୍ୟ୍ୟନ୍ତ ତିନୋଟି ମୁକାବିଲା ଖେଳାଯାଇଛି। ଏଥିରୁ ଭାରତ ଦୁଇଟିରେ ଏବଂ ବାଂଲାଦେଶ ଗୋଟିଏ ବିଜୟ ହାସଲ କରିଛି। ବାଂଲାଦେଶ ୨୦୦୭ ବିଶ୍ୱକପରେ ଭାରତକୁ ହରାଇ ଧମାକା କରିଥିଲା। ଏହି ପରାଜୟ ଭାରତକୁ ବିଶ୍ୱକପରୁ ବାହାର କରିଦେଇଥିଲା। ତେବେ ୨୦୧୧ ଓ ୨୦୧୫ ବିଶ୍ୱକପରେ ଭାରତ ପଡୋଶୀ ଦେଶକୁ ସହଜରେ ହରାଇଥିଲା।
ଭାରତ ଯଦି ଆଜି ଜିତେ ତେବେ ସିଧା ସେଫିଫାଇନାଲରେ ପହଁଞ୍ଚିବ । ଅପରପକ୍ଷରେ ବାଲାଂଦେଶ ଆଜି ଜିତିଲେ ଶେଷ ମ୍ୟାଚକୁ ଅପେକ୍ଷା କରିବାକୁ ପଡିବ । ଦଳ ଶେଷ ମ୍ୟାଚରେ ପାକିସ୍ତାନକୁ ଭେଟିବ । ବାଂଲାଦେଶ ପାଞ୍ଚ ଖେଳାଳି ସାକିବ ଅଲ ହସନ, ତମିମ୍ ଇକବାଲ୍, ମୁଶିଫକୁର ରହିମ୍, ମହମ୍ମୁଦଲ୍ଲାହ ଓ ମୁସ୍ତାଫିଜୁର ରହମାନଙ୍କୁ ଭାରତ ବିପକ୍ଷରେ ଟ୍ରମ୍ପ କାର୍ଡ କିରିଛି।