ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ୫୦ ବର୍ଷ ପରେ ଓଭାଲ ମୈଦାନରେ ଭାରତୀୟ କ୍ରିକେଟ ଟିମ୍ ସାନ୍ଦାର ବିଜୟ ହାସଲ କରିଛି । ଚତୁର୍ଥ ଟେଷ୍ଟର ଅନ୍ତିମ ଦିନରେ ୩୬୮ ରନ୍ ର ଲକ୍ଷକୁ ପଛରେ ପକାଇ ଭାରତର ତୀକ୍ଷ୍ମ ବୋଲିଂ ଆଗରେ ୧୫୭ ରନ୍ ରେ ଅଟକି ଯାଇଥିଲା ଇଂଲଣ୍ଡ । ଏହା ସହ ଭାରତ ମଧ୍ୟ ଏହି ପାଞ୍ଚ ଟେଷ୍ଟ ସିରିଜରେ ୨-୧ ଅଗ୍ରଣୀ ହାସଲ କରିଛି। ଭାରତର ଏହି ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଭାରତୀୟ କ୍ରିକେଟ ଟିମ୍ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ଏହି ବିଜୟକୁ ଦେଶରେ ଚାଲିଥିବା କୋଭିଡ ଟୀକାକରଣ ଅଭିଯାନ ସହ ଯୋଡି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆଜି ପୁଣି ଥରେ ଏକ ବଡ ଦିନ ବୋଲି ପ୍ରମାଣିତ ହୋଇଛି। ଦେଶରେ ଟୀକାକରଣ ପ୍ରସଙ୍ଗରେ ଏବଂ କ୍ରିକେଟ୍ ପିଚରେ। ସବୁଥର ପରି ଟିମ୍ ଇଣ୍ଡିଆ ମଧ୍ୟ ପୁନର୍ବାର ବିଜୟ ହାସଲ କରିଛି
। ”
ଏଥି ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଟୁଇଟ୍ କରି ଟିମ୍ ଇଣ୍ଡିଆକୁ ଏହି ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ସେ ଲେଖିଛନ୍ତି, “ଓଭାଲ୍ – ଜୟ ହିନ୍ଦ! ଟିମ୍ ଇଣ୍ଡିଆ … ଜୟ ହୋ …” ।