ମାଉଣ୍ଟ୍ ମେଙ୍ଗନୁଇ (ଏଟିଆର ବ୍ୟୁରୋ): ଗଣତନ୍ତ୍ର ଦିବସ ଅବସରରେ ଭାରତବାସୀଙ୍କ ଉପହାର ଦେଇଛନ୍ତି ଭାରତୀୟ କ୍ରିକେଟ ଟିମ୍ । ମାଉଣ୍ଟ ମେଙ୍ଗନୁଇର ଓଭାଲଠାରେ ଚାଲିଥିବା ଭାରତ-ନ୍ୟୁଜଲାଣ୍ଡ ଦ୍ୱିତୀୟ ଦିନିକିଆ ଟେଷ୍ଟରେ ଭାରତ ୯୦ ରନ୍ ରେ ବିଜୟ ହାସଲ କରିଛି ।
ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିଲା ଏବଂ ନିର୍ଦ୍ଧାରିତ ୫୦ ଓଭରରେ ୪ ୱିକେଟ ହରାଇ ୩୨୪ ରନ୍ କରିଥିଲେ । ମାତ୍ର ୩୨୫ ରନ୍ କୁ ଲକ୍ଷ୍ୟରେ ରଖି ବ୍ୟାଟିଂ କରୁଥିବା ନ୍ୟୁଜଲାଣ୍ଡ ଟିମ୍ ୪୦.୦୨ ଓଭରରେ ୨୩୪ ରନ୍ କରି ଅଲଆଉଟ୍ ହୋଇଯାଇଛି ।
ବିଶାଳ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ନ୍ୟୁଜଲାଣ୍ଡ ଟିମର ଆରମ୍ଭ ଭୁବନେଶ୍ୱର କୁମାର ହିଁ ବିଗାଡି ଦେଇଥିଲେ । ସେ ମାର୍ଟିନ ଗାପ୍ଟିଲଙ୍କୁ ୧୫ ରନ୍ ରେ କ୍ୟାଚ୍ ଆଉଟ୍ କରାଇଥିଲେ । ଏହାପରେ ମହମ୍ମଦ ସାମୀ , କେନ୍ ବିଲିୟନଙ୍କୁ ୨୦ ରନ୍ରେ କ୍ଲୀନ ବୋଲ୍ଡ କରି ହଲଚଲ ମଚାଇଦେଇଥିଲେ ।
ପୁଣି ୟୁଜବେନ୍ଦ୍ର ଚହଲ ଓପନର କଲଇନ ସୁନେରାଙ୍କୁ ୩୧ ରନରେ ଏଲବିଡବଲ୍ୟୁ ଆଉଟ କରି ନ୍ୟୁଜଲାଣ୍ଡକୁ ତୃତୀୟ ଝଟକା ଦେଇଥିଲେ । ଏହିଭଳି ଭାବେ ଗୋଟିଏ ପରେ ଗୋଟିଏ ୱିକେଟ ନ୍ୟୁଜଲାଣ୍ଡର ପଡିଥିଲା ।
ଭାରତୀୟ ଦଳର ଅଧିନାୟକ ବିରାଟ କୋହଲୀ ମାଉଣ୍ଟ୍ ମେଙ୍ଗନୁଇରେ ଟସ୍ ଜିତି ପ୍ରଥମ ବ୍ୟାଟିଂର ନିଷ୍ପତି ନେଇଥିଲେ । ଓପନର ଶିଖର ଧାୱନ ଏବଂ ରୋହିତ ଶର୍ମା ବିରାଟଙ୍କ ନିଷ୍ପତିକୁ ସଫଳ ପ୍ରମାଣ କରିଛନ୍ତି । ତେବେ ଶିଖର ଧାୱନ ଏବଂ ରୋହିତ ଶର୍ମା ଦୁହେଁ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ । ୬୭ଟି ବଲରେ ଶିଖର ଧାୱନ ୯ଟି ଚୌକା ସହାୟତାରେ ୬୬ ରନ୍ କରିଥିଲେ । ସେହିପରି ରୋହିତ ଶର୍ମା ୮୭ ରନରେ ଆଉଟ୍ ହୋଇଯାଇଥିଲେ । ଏମାନଙ୍କ ପରେ ବିରାଟ କୋହଲି ୪ ରନ୍, ରାଇଡୁ ୪୭ ରନ୍ ଏବଂ ଶେଷରେ ମହେନ୍ଦ୍ର ସିଂ ଧୋନୀ ଓ କେଦାର ଯାଦବଙ୍କ ଧୁଆଁଧାର ବ୍ୟାଟିଂରେ ୪ଟି ୱିକେଟ୍ ହରାଇ ୩୨୪ ରନ୍ ହାସଲ କରିଥିଲେ ।