ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଇପିଏଲରେ କରୋନା ମାଡ । ଚେନ୍ନାଇ ସୁପର କିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ବୁଧବାର ହେବାକୁ ଥିବା ଆଇପିଏଲ ମ୍ୟାଚକୁ ବାତିଲ କରାଯାଇଛି । ଏଲ ବାଲାଜି କୋଭିଡ ସଂକ୍ରମିତ ହେବା ପରେ ମ୍ୟାଚ ବାତିଲ କରାଯାଇଛି । ବୋର୍ଡର ଏସଓପି ଅନୁସାରେ ଯଦି କୌଣସି ବ୍ୟକ୍ତି ସଂକ୍ରମିତ ବ୍ୟକ୍ତିଙ୍କ ସଂଷ୍ପର୍ଶରେ ଆସନ୍ତି ତେବେ ତାଙ୍କୁ ୬ ଦିନ ଯାଏଁ ଆଇସୋଲେଟରେ ରହିବାକୁ ହେବ ଏବଂ ସେହି ସମୟରେ ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିବା ଆବଶ୍ୟକ ।
ଭାରତୀୟ କ୍ରିକେଟ ବୋର୍ଡ (ବିସିସିଆଇ) ର ଜଣେ ଅଧିକାରୀ କହିଛନ୍ତି କି, ସିଏସକେ ଏବଂ ରୟାଲ୍ସ ମଧ୍ୟରେ ଅରୁଣ ଜେଟଲୀ ଷ୍ଟାଡିୟମରେ ବୁଧବାର ହେବାକୁ ଥିବା ମ୍ୟାଚ ବାତିଲ କରାଯାଇଛି । ଏସଓପି ନିୟମ ଅନୁସାରେ ପରବର୍ତ୍ତୀ ସ୍ଥିତିକୁ ଦେଖି ମ୍ୟାଚ ଅନୁଷ୍ଠିତ ହେବ । ସମସ୍ତ ଖେଳାଳୀଙ୍କ ସଂଷ୍ପର୍ଶରେ ଆସିଥିଲେ ବାଲାଜୀ । ସେଥିପାଇଁ ସମସ୍ତଙ୍କୁ ଆଇସୋଲେସନରେ ରହିବାକୁ ହେବ । ଏବଂ ପ୍ରତ୍ୟେକ ଦିନ ସେମାନଙ୍କର ଟେଷ୍ଟ କରାଯିବା ଉଚିତ୍ ।