ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତର ମହିଳା ଧାବିକା ହିମା ଦାସ ପୁଣି ଥରେ ତାଙ୍କର ଦମ୍ ଦେଖାଛନ୍ତି । ଦୁଇ ସପ୍ତାହ ଭିତରେ ସେ ତିନୋଟି ସ୍ୱର୍ଣ୍ଣ ପଦକ ନିଜ ନାମରେ କରି ସାରିଲେଣି । କ୍ଲାନ୍ଦୋ ମେମୋରିୟଲ ଏଥଲେଟିକ୍ସ ପ୍ରତିଯୋଗିତାରେ ୨୦୦ ମିଟର ଦୈଡକୁ ୨୩.୪୩ ସେକେଣ୍ଡରେ ଶେଷ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।
ସେପଟେ ଭାରତ ପାଇଁ ଆଉ ଏକ ସଫଳତା ଆଣି ଦେଇଛନ୍ତି ଜାତୀୟ ରେକର୍ଡ ହୋଲ୍ଡର ମୋହମ୍ମଦ ଅନସ । ସେ ୪୦୦ ମିଟର ଦୈଡକୁ ୪୫.୨୧ ସେକେଣ୍ଡରେ ଶେଷ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି ।
ଏହି ପ୍ରତିଯୋଗିତାରେ ହିମା ଜୁଲାଇ ପ୍ରଥମରୁ ଏକ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହାପରେ ସେ ଜୁଲାଇ ୮ ରେ ଆଉ ଏକ ସ୍ୱର୍ଣ୍ଣ ପଦକ ଭାରତ ନାଁରେ କରିଥିଲେ । ଲଗାତର ଭାବେ ସେ କ୍ଲାନ୍ଦୋ ମେମୋରିଆଲରେ ବି ଭଲ ପ୍ରଦର୍ଶନ କରିଛନ୍ତି । ଏହିଭଳି ଭାବେ ହିମା ତାଙ୍କର ଏହି ଗୋଲ୍ଡେନ୍ ସଫର ଜାରି ରଖିଛନ୍ତି ।