ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଗାମୀ ବର୍ଷ ହେବାକୁ ଥିବ ବିଶ୍ୱ କପ୍ ର ପ୍ରସ୍ତୁତି ପାଇଁ ଭାରତୀୟ ଅଣ୍ଡର-୧୯ ଟିମ୍ ଏବେ ବୁଟ୍ କ୍ୟାମ୍ପରେ ସାମିଲ ହୋଇଛି । ଏହି କ୍ୟାମ୍ପ କାବିନି ଜଙ୍ଗଲରେ ନାଗରହୋଲ ନେଶନାଲ ପାର୍କରେ ଆୟୋଜନ କରାଯାଇଛି । ଏହି କ୍ୟାମ୍ପର ମୂଳ ଲକ୍ଷ୍ୟ ହେଉଛି ଦଳକୁ ଶାରିରୀକ ଏବଂ ମାନସିକ ରୂପେ ମଜବୁତ କରିବା ।
ରିପୋର୍ଟ ମୁତାବକ, ଭାରତର ଅଣ୍ଡର-୧୯ ଟିମ୍ ଏବେ ମୁଖ୍ୟ କୋଚ୍ ପାରସ ମହାମ୍ବ୍ରେଙ୍କ ମାର୍ଗଦର୍ଶନରେ କ୍ୟାମ୍ପରେ ସାମିଲ ଅଛନ୍ତି । କୋଚ୍ ପାରସ ଏବେ ଟିମ୍ ସହିତ ଅଛନ୍ତି । କାରଣ କ୍ରିକେଟ ଏବେ କେବଳ ରନ୍ ବନେଇବା ଏବଂ ୱିକେଟ୍ ନେବାର ଖେଳ ନୁହେଁ । ଏଥିରେ ଶାରିରୀକ ଏବଂ ମାନସିକତାର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି ବୁଟ୍ କ୍ୟାମ୍ପ ସମ୍ପୂର୍ଣ୍ଣ ଭାବେ ଶାରିରୀକ ମଜବୁତ କରିବାରେ ସହାୟକ ହେବ ।
ବିଶ୍ୱ କପ୍ ରେ ଏକ ମଜବୁତ ବିଜେତା ରୂପେ ମଇଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଅଣ୍ଡର-୧୯ ବିଶ୍ୱ କପ୍ ର ଶୁଭାରମ୍ଭ ଜାନୁଆରୀ ୧୭ ରୁ ହେବ । ଯାହା ଫେବୃଆରୀ ୯ ତାରିଖ ଯାଏଁ ଚାଲିବ ।