ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅନ୍ତରାଷ୍ଟ୍ରୀୟ କ୍ରିକେଟରେ ଭାରତର ପୂର୍ବତନ କ୍ୟାପ୍ଟେନ ମହେନ୍ଦ୍ର ସିଂ ଧୋନୀ ଆଜି ୧୫ ବର୍ଷ ପୁରଣ କରିଛନ୍ତି । ୨୦୦୪ ମସିହା ଡିସେମ୍ବର ୨୩ରେ ବାଂଲାଦେଶ ବିପକ୍ଷ ୱାନଡେ ମ୍ୟାଚରେ ପଦାର୍ପଣ କରିଥିଲେ ଧୋନି । ସେବେଠାରୁ ସେ ଭାରତ ପାଇଁ ସେବା କରି ଆସୁଛନ୍ତି ।
ଭାରତୀୟ ଟିମ୍ ରେ ଧୋନୀଙ୍କର ପ୍ରମୁଖ ଯୋଗଦାନ ରହିଛି । ଆରମ୍ଭରୁ ତାଙ୍କର କ୍ରିକେଟ କ୍ୟାରିୟର ଭଲ ନଥିଲା । ପ୍ରଥମ ମ୍ୟାଚ୍ ରେ ରନ୍ ଆଉଟ ହୋଇଯାଇଥିଲେ । ତାପରେ ବି ଧୋନୀ ନିରାଶ ନହୋଇ କଡା ପରିଶ୍ରମ କରିଥିଲେ । ଏହାପରେ ଯାଇ ସେ ଟିମ୍ ରେ ଏକ ସ୍ୱତନ୍ତ୍ର ସ୍ଥାନ ବନାଇ ପାରିଥିଲେ ।
ଦୀର୍ଘ ୨୮ ବର୍ଷ ପରେ ଭାରତ ବିଶ୍ୱ କପ ଟ୍ରଫି ହାସଲ କରିପାରିଥିଲା । ଧୋନୀଙ୍କ କ୍ୟାପ୍ଟେନସିପ୍ ରେ ହିଁ ୱାନଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କାକୁ ମାତ୍ ଦେଇ ଭାରତ ବିଶ୍ୱକପ୍ ଟ୍ରଫି ହାତେଇଥିଲା । ସେପଟେ କ୍ରିକେଟରର ଭଗବାନ କୁହାଯାଉଥିବା ସଚିନ୍ ତେନ୍ଦୁଲକରଙ୍କ ସ୍ୱପ୍ନକୁ ପୂରଣ କରିଥିଲା ଧୋନୀଙ୍କ ସେହି ଛକା ।
ଜଣେ କ୍ୟାପ୍ଟେନ ହିସାବରେ ଧୋନୀ ପ୍ରତ୍ୟେକ ରେକର୍ଡ ନିଜ ନାଁରେ କରିଛନ୍ତି । ସେ ଏକୁଟିଆ କ୍ୟାପ୍ଟେନ ଯିଏ ୱାନଡେ ବିଶ୍ୱ କପ୍, ଟି୨୦ ବିଶ୍ୱ କପ୍ ଏବଂ ଚାମ୍ପିୟନସିପ୍ ଟ୍ରଫି ହାସଲ କରିଛନ୍ତି । ଏହାସହିତ ଟେଷ୍ଟ ଏବଂ ୱାନଡେ ରାକିଂରେ ଭାରତକୁ ୧ ନଂ ଭାରତକୁ ପହଁଚାଇଛନ୍ତି ଧୋନୀ । ।